Below header

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଚଳିତ ବର୍ଷ ୪୨ ଛୁଇଁଲା ତାପମାତ୍ରା

ଚଳିତ ବର୍ଷର ରେକର୍ଡ ତାତି। ୪୨ ଛୁଇଁଲା ତାପମାତ୍ରା । ଏପ୍ରିଲ ଆରମ୍ଭରୁ କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ପ୍ରଥମ ଥର ପାଇଁ ୪୨ ଛୁଇଁଛି ପାରଦ। ଆକାଶରୁ ଖସୁଛି ନିଆଁ ଝୁଲ। ଗତକାଲି ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଚଳିତ ବର୍ଷର ରେକର୍ଡ ତାତି । ୪୨ ଛୁଇଁଲା ତାପମାତ୍ରା । ଏପ୍ରିଲ ଆରମ୍ଭରୁ କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ପ୍ରଥମ ଥର ପାଇଁ ୪୨ ଛୁଇଁଛି ପାରଦ । ଆକାଶରୁ ଖସୁଛି ନିଆଁ ଝୁଲ। ଗତକାଲି ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିଛି ସହରରେ ୪୧ ଡିଗ୍ରୀ ଟପିଥିବା ବେଳେ ୪୦ ଉପରେ ଥିଲା ୧୧ ସହରର ତାପମାତ୍ରା ।  ଆଉ ୨ ଦିନ ତାତିରୁ ନିସ୍ତାର ନାହିଁ। ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବ।

ଦିନ ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରି ସେଲସିୟସ ଅଧିକ ରହିପାରେ ।  ୬ ତାରିଖ ଯାଏଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼ ଓ ଅନୁଗୁଳ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ସେହିପରି ବଲାଙ୍ଗୀର, କନ୍ଧମାଳ, ଭଦ୍ରକ ଓ ବୌଦ୍ଧରେ ଉଷ୍ମ ରାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.