Below header

ଆଜି ଚମ୍ପକ ଦ୍ୱାଦଶୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗୁଆଲୀ ନୀତି

ଆଜି ଚମ୍ପକ ଦ୍ୱାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ

ପୁରୀ (କେନ୍ୟୁଜ): ଆଜି ଚମ୍ପକ ଦ୍ୱାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା’ ଶ୍ରୀଦେବୀ(ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି । ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ରହିଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହୋଇଥାନ୍ତି । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥାଏ । ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ।

ଦ୍ୱାଦଶୀ ତିଥି ରହିଥିବାରୁ ବିଧି ପରମ୍ପରା ଅନୁସାରେ ଆଜି ରହିଛି ଦଇତା ପ୍ରବେଶ । ବଡ ସିଂହାର ବେଶ ପରେ ପହୁଡ ଆଳତୀ, ଶ୍ରୀମୁଖ ଖଣ୍ଡୁଆ ଓ ତାପରେ ଦଇତା ସେବକଙ୍କ ଦ୍ୱାରା ବାହୁଟ କଂଟ ନୀତି କରାଯିବ । ତାପରେ କୋଠସୁଆଁସିଆ ଗର୍ଭଗୃହକୁ ପ୍ରବେଶ କରି ଚାରମାଳ ବନ୍ଧା ନିତି ସମ୍ପାଦନ କରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.