Below header

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ଚକରେ ଲାଗିଲା ବନ୍ଧ, ଅଖରେ ମେଣ୍ଡି

ପୁରୀ(କେନ୍ୟୁଜ୍‌): ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଚକରେ ଲାଗିଲା ବନ୍ଧ, ଅଖରେ ମେଣ୍ଡି। ଚକ ଗଡ଼ି ନଯିବା ପାଇଁ ଚକର ଉଭୟ ପାର୍ଶ୍ୱରେ ବନ୍ଧ ଲାଗିଛି। ରଥର ଚକ ଓ ଥାକ ହୋଇଛି। ୩ ରଥର ଧମକ କାର୍ଯ୍ୟ ଶେଷ ହୋଇଛି। ଗରଗରା ବିନ୍ଧ ଖୋଦେଇ ସରିଛି।

ବିଶ୍ୱକର୍ମାମାନେ ରଥଖଳାରେ ଏହାକୁ ଚଉପଟ କରୁଛନ୍ତି। ରୂପକାର ସେବକମାନେ ତିନି ରଥର ଚାର-ପରିଛାରେ ଡାଳିଲତା ଓ ପଦ୍ମପାଖୁଡ଼ା ଖୋଦେଇ ଚାଲିଛି। ଏଥିସହ ନାଟଗୋଡ଼ରେ ଗନ୍ଧର୍ବ ଖୋଦେଇ ଆରମ୍ଭ କରିଛନ୍ତି। ନେତ୍ରୋତ୍ସବରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବ। ଗତକାଲି ରାତିରେ ରଥଖଳାରେ ପଞ୍ଚିପାଣ୍ଡବଙ୍କୁ ପନ୍ତି ଭୋଗ ଅର୍ପଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.