ସୁପ୍ରିମକୋର୍ଟସ୍ଥିତ ବ୍ୟାଙ୍କରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ପହଞ୍ଚିଲା ୫ଟି ଅଗ୍ନିଶମ ଗାଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ସୁପ୍ରିମକୋର୍ଟର କ୍ୟାମ୍ପସରେ ନିଆଁ ଲାଗିଛି। ସୂଚନା ମୁତାବକ, ସୁପ୍ରିମ୍‌କୋର୍ଟର କ୍ୟାମ୍ପସ ଭିତରେ ନିର୍ମିତ ବ୍ୟାଙ୍କରେ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। କୁହାଯାଉଛି ଯେ ସକାଳ ୯ଟା ୨୦ରେ ଏହି ନିଆଁ ଲାଗିଥିଲା। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ସୂଚନା ମିଳିଛି।

ସୁପ୍ରିମକୋର୍ଟ କ୍ୟାମ୍ପସରେ ନିର୍ମିତ ବ୍ୟାଙ୍କରେ ନିଆଁ ଲାଗିବା ପରେ ତୁରନ୍ତ ଦମକଳ ବାହିନୀକୁ ଏ ନେଇ ସୂଚନା ଦିଆଯାଇଥିଲା। ଦମକଳ ବିଭାଗର ୫ଟି ଗାଡ଼ି ନିଆଁ ଲିଭାଇବାରେ ଲାଗି ପଡ଼ିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟ କ୍ଷତି ହୋଇଛି ସେ ନେଇ ଏବେ ଯାଏଁ ଆକଳନ କରାଯାଇନାହିଁ।

ଦିଲ୍ଲୀ ଦମକଳ ସେବାପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୁପ୍ରିମ୍‌ କୋର୍ଟ ପରିସର ଭିତରେ ଥିବା ଏକ ବ୍ୟାଙ୍କରେ ଆଜି ସକାଳେ ନିଆଁ ଲାଗିଯାଇଛି। ଦମକଳର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ଆଜି ସକାଳ ପାଖାପାଖି ୯ଟା ୨୦ ରେ ନିଆଁ ଲାଗିଥିଲା।

ତେବେ ବ୍ୟାଙ୍କରେ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ତାହା ଏବେ ଯାଏଁ ଜଣାପଡ଼ି ନାହିଁ। ଏହି ଅଗ୍ନିକାଣ୍ଡରେ କେତେ କ୍ଷୟ କ୍ଷତି ହୋଇଛି, ତାହାର ବି ଆକଳନ କରାଯାଇନଥିବା ଜଣାଯାଇଛି।

Also Read: ମୃତ୍ୟୁର ୬ ଦିନ ପରେ ରିଲିଜ୍‌ ହେଲା କେକେଙ୍କ ଶେଷ ଗୀତ ‘ଧୁପ୍‌ ପାନୀ ବେହନେ ଦେ’, ଇମୋସନାଲ ହେଲେ ଫ୍ୟାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.