ଆଉ ସହରାଞ୍ଚଳରେ ରହିବନି ବସ୍ତି, ପର୍ଯ୍ୟାୟ କ୍ରମେ ସବୁ ହେବ ଉଚ୍ଛେଦ: ଉଷା ଦେବୀ

ଭୁବନେଶ୍ୱର(କେନ୍ୟୁଜ୍‌): ସହରାଞ୍ଚଳରେ ରହିବନି ବସ୍ତି । ପର୍ଯ୍ୟାୟ କ୍ରମେ ସବୁ ବସ୍ତି ଉଚ୍ଛେଦ ହେବ । ଉଚ୍ଛେଦ ସହ ସମାନ୍ତରାଳ ଭାବେ ଚାଲିବ ଥଇଥାନ । ଏପରି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଏହା ସହ କହିଛନ୍ତି ବସ୍ତି ଲୋକଙ୍କୁ ବିଭିନ୍ନ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ।

ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଘର ନିର୍ମାଣ ହେବାକୁ ଥିବା ବେଳେ ଅନେକର ନିର୍ମାଣକାର୍ଯ୍ୟ ହୋଇସାରିଛି । ସେହିଭଳି ସହରାଞ୍ଚଳରେ ଜବରଦଖଲ ଉଛେଦ ଅଭିଯାନକୁ ତ୍ୱରାନ୍ଵିତ କରାଯିବ। ପର୍ଯ୍ୟାୟ କ୍ରମେ ସହରରେ ଘରେ ଘରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉଷା ଦେବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.