Below header

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ମାଓବାଦୀ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ମାଓବାଦୀ । ତାଙ୍କ ନାଁ ଅଶୋକ ପୁନେ ଓ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାରେ । ୬ ବର୍ଷ ଧରି ଓଡ଼ିଶାର କେକେବିଏନ୍‌ ମାଓବାଦୀ ସଂଗଠନରେ ସାମିଲ ଥିଲେ । ବିଭିନ୍ନ ମାଓ ହିଂସାକାଣ୍ଡରେ ତାଙ୍କର ସଂପୃକ୍ତି ଥିଲା । ଲାଲବାହିନୀର ବିଚାରଧାରାରେ ବିମୁଖ ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସଂଗଠନ ଛାଡିଛନ୍ତି । ଅନ୍ୟ ମାଓବାଦୀଙ୍କୁ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଅଶୋକ ପୁନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.