ଆଉ ଏକ୍ସରସାଇଜ୍‌ କରିବା ଦରକାର ନାହିଁ, ଖାଲି ପେଟର ପିଅନ୍ତୁ କେବଳ ଏହି ଡ୍ରିଙ୍କ୍‌ ଓ କମାନ୍ତୁ ଓଜନ

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଯୋଗୁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣକୁ କମ୍‌ କରିବା ପାଇଁ ଲୋକମାନେ ନିୟମିତ ଏକ୍ସରସାଇଜ୍‌ କରିଥାନ୍ତି। ଏଥିସହ ନିଜ ଖାଦ୍ୟ ପାନୀୟ ଅଭ୍ୟାସକୁ ବଦଳାଇଥାନ୍ତି। ତେବେ ଏକ୍ସରସାଇଜ୍‌ ଓ ଖାଦ୍ୟ ପେୟରେ ପରିବର୍ତ୍ତନ ଏକ ସକାରାତ୍ମକ ପ୍ରଭାବ ତ ପକାଏ, କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଏକ୍ସରସାଇଜ୍‌ କରିବାକୁ ସମୟ କାଢ଼ିପାରୁନାହାନ୍ତି। ସେମାନଙ୍କ ପାଇଁ ଆଜି ଆମେ ଏକ ଏଭଳି ପାନୀୟ ନେଇ ଆସିଛୁ, ଯାହାକୁ ପିଇଲେ ମୋଟାପଣରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ମୋଟାପଣ କମାଇବାକୁ କି ଡ୍ରିଙ୍କ୍‌ ପିଇବେ…

ଆବଶ୍ୟକୀୟ ସାମଗ୍ରୀ:

ଜିରା- ୨ ଛୋଟ ଚାମଚ
ପାନ ମଧୁରୀ- ୨ ଛୋଟ ଚାମଚ
ଜୁଆଣି- ୨ ଛୋଟ ଚାମଚ
ଡାଲଚିନି- ୨ ଖଣ୍ଡ

କେମିତି ତିଆରି କରିବେ ଡ୍ରିଙ୍କ୍‌:

ପ୍ରଥମେ ଜିରା, ପାନ ମଧୁରୀ, ଡାଲଚିନି ଓ ଜୁଆଣିକୁ ହାଲ୍‌କା ଭାଜି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢ଼ି ଥଣ୍ଡା କରି ଦିଅନ୍ତୁ ଓ ତା’ ପରେ ଗ୍ରାଇଣ୍ଡରେ ଭଲ ଭାବେ ପାଉଡର କରି ଦିଅନ୍ତୁ। ଏହି ପାଉଡରକୁ ଏକ ଏୟାର ଟାଇଟ୍‌ ଜାରରେ ସାଇତି ରଖନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ ଏକ ଚାମଚ ପାଉଡରକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ନିୟମିତ ଏଭଳି କରିବା ଦ୍ୱାରା ମୋଟାପଣ ଦୂର ହେବ।

ସୂଚନାଯୋଗ୍ୟ ଯେ ଏହି ଡ୍ରିଙ୍କ୍‌ ମୋଟାପଣ କମାଇବା ସହ ଗ୍ୟାଷ୍ଟିକ୍‌ ସମସ୍ୟାକୁ ବି ଦୂର କରିଥାଏ। ଏଥିରେ ଫାଇଭର ବି ରହିଛି, ଯାହା ପେଟର ସମସ୍ୟା ଦୂର କରିବାରେ ଉପଯୋଗୀ। ଏହି ଡ୍ରିଙ୍କ୍‌ ସେବନ ବେଳେ ଜଙ୍କ ଫୁଡ୍‌ ଓ ଅନ୍ୟାନ୍ୟ ତୈଳ ଜାତୀୟ ଜିନିଷ ସେବନ ନ କଲେ, ଶୀଘ୍ର କାମ ଦେଇଥାଏ।

Also Read: ଏହି ନଦୀର କାଦୁଅରୁ ବାହାରୁଛି ମେଞ୍ଚା ମେଞ୍ଚା ସୁନା, ବ୍ୟାଗ୍‌ରେ ଭରି କରି ଘରକୁ ବୋହି ଆଣୁଛନ୍ତି ଲୋକେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.