ମଝି ଆକାଶରେ ମହିଳାଙ୍କୁ ହେଲା ଗର୍ଭ ଯନ୍ତ୍ରଣା, ବିମାନ କ୍ର୍ୟୁ ମେମ୍ବର କରାଇଲେ ଡେଲିଭରୀ

ମଣିଷ ଜନ୍ମ ଭଗବାନଙ୍କର ଶ୍ରେଷ୍ଠ ରଚନା। ପିଲାଟିଏ କେତେବେଳେ, କେଉଁଠି ଆଉ କେଉଁ ସମୟରେ ଜନ୍ମ ହେବ ତାହା ଭଗବାନ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। ଅନେକ ଥର ଏହାକୁ ଚାହିଁଲେ ମଧ୍ୟ କେହି ପରିବର୍ତ୍ତନ କରିପାରିବେ ନାହିଁ।

ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ଫ୍ଲୋରିଡାରେ। ଫ୍ଲୋରିଡାରେ ଏକ ବିମାନ ଉଡାଣ ଭରିବା ପରେ ଜଣେ ମହିଳାଙ୍କୁ ହଠାତ୍‌ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବିମାନରେ କେହି ଡାକ୍ତର ନଥିବା ଯୋଗୁଁ ବିମାନ କର୍ମଚାରୀ ବିମାନରେ ହିଁ ପିଲାର ଜନ୍ମ କରାଇଥିଲେ। ଫ୍ରଣ୍ଟିୟର ଏୟାରଲାଇନ୍ସରେ ଯାତ୍ରା କରୁଥିବା ମହିଳାଙ୍କ ଡେଲିଭରି ବିମାନର ଟଏଲେଟରେ କରାଯାଇଥିଲା। କ୍ରୁ ମେମ୍ବର, ପାଇଲଟ ଏବଂ ସମସ୍ତ ଯାତ୍ରୀ ସୁରଖୁରରେ ପିଲାଟି ଜନ୍ମ ହେବାରେ ସହାୟତା କରିଥିଲେ ।

ବିମାନ ଉଡାଣ ଭରିବା ପରେ ମଝି ଆକାଶରେ ଥିବା ବେଳେ ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏପରି ଥିଲା ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ସ୍ଥିତି ସମ୍ଭବ ନଥିଲା। ପାଇଲଟ, କ୍ରୁ ମେମ୍ବର ଏବଂ ଯାତ୍ରୀଙ୍କ ଧୈର୍ଯ୍ୟ ଏବଂ ଶାନ୍ତ ରହି ପିଲାର ଜନ୍ମ କରାଇଥିଲେ। ପିଲାଟିର ଜନ୍ମ ବିମାନର ଟଏଲେଟରେ ହୋଇଥିଲା।

ପିଲାଟି ଜନ୍ମ ହେବା ପରେ ଫ୍ରଣ୍ଟିୟର ଏୟାରଲାଇନ୍ସ ପିଲାଟିର ନାମ ସ୍କାଏ ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.