ଓଲଟି ପଡ଼ିଲା ୧୨ ହଜାର ଲିଟର ଖାଇବା ତେଲ ବୋଝେଇ ଟ୍ୟାଙ୍କର; ଡବା ଓ ବାସନରେ ବୋହି ନେଇଗଲେ ଲୋକେ

ମହାରାଷ୍ଟ୍ରରେ ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଶନିବାର ଏକ ଖାଦ୍ୟ ତୈଳ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଥିଲା, ଯଦ୍ଦ୍ଵାରା ରାସ୍ତାରେ ପାଖାପାଖି ୩ ଘଣ୍ଟା କାଳ ଯାତାୟାତ ହୋଇପାରି ନ ଥିଲା। ଶନିବାର ଘଟିଥିବା ଏହି ଦୁର୍ଘଟଣା ବିଷୟରେ ପୋଲିସ ରବିବାର ସୂଚନା ଦେଇଛି। ପୋଲିସ କହିଛି ଯେ ତୈଳ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଥିବା ଖବର ପାଇ ଚାରିଆଡ଼ୁ ଲୋକମାନେ ମାଡ଼ି ଆସିଥିଲେ ଏବଂ ଟ୍ୟାଙ୍କରରୁ ଓଭରଫ୍ଲା ହେଉଥିବା ତେଲ ଲୁଟି ନେଇଥିଲେ। ତେବେ ଟ୍ୟାଙ୍କରଟି ଗୁଜରାଟର ସୁରଟରୁ ୧୨,୦୦୦ ଲିଟର ଖାଦ୍ୟ ତୈଳ ବୋଝେଇ କରି ମୁମ୍ବାଇରେ ପ୍ରୋସେସିଙ୍ଗ୍‌ ପାଇଁ ଯାଉଥିଲା। ରାସ୍ତାରେ ଯିବାବେଳେ ଚାଳକ ତଓ୍ଵା ଗାଁ ନିକଟରେ ହଠାତ୍‌ ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଥିଲେ, ଯାହାଫଳରେ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା ଏବଂ ତୈଳ ବୋହିବାକୁ ଲାଗିଥିଲା। ପୋଲିସର କହିବା ଅନୁସାରେ, ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବଡ଼ ବଡ଼ ଡବା ଓ ବାସନରେ ତେଲ ଭର୍ତ୍ତି କରି ନେଇଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.