Below header

୫ଟି ଜିଲ୍ଲାରେ ଆଉ ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲାରେ ୬୨, ବରଗଡ଼ରେ ୬୨ , ମୟୂରଭଞ୍ଜରେ ଶହେ, ବୌଦ୍ଧରେ ୨୩ ଓ ନବରଙ୍ଗପୁରରେ ୭୬ଟି ସ୍କୁଲକୁ ରୁପାନ୍ତର କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭି. କେ. ପଣ୍ଡିଆନ ଶିକ୍ଷାର୍ଥୀଙ୍କୁ ଆଗାମୀ ଭବିଷ୍ୟତ ବିଷୟରେ ପଚାରି ବୁଝିଥିଲେ ।

କେନ୍ୟୁଜ୍(ବ୍ୟୁରୋ): ତୃତୀୟ ପର୍ଯ୍ୟାୟରେ ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ । ୫ଟି ଜିଲ୍ଲାରେ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲାରେ ୬୨, ବରଗଡ଼ରେ ୬୨ , ମୟୂରଭଞ୍ଜରେ ଶହେ, ବୌଦ୍ଧରେ ୨୩ ଓ ନବରଙ୍ଗପୁରରେ ୭୬ଟି ସ୍କୁଲକୁ ରୁପାନ୍ତର କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭି. କେ. ପଣ୍ଡିଆନ ଶିକ୍ଷାର୍ଥୀଙ୍କୁ ଆଗାମୀ ଭବିଷ୍ୟତ ବିଷୟରେ ପଚାରି ବୁଝିଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୪ ହଜାର ସ୍କୁଲର ରୂପାନ୍ତରଣ ହୋଇଛି । ଏବର୍ଷ ଡିସେମ୍ବର ସୁଦ୍ଧା ସବୁ ସାରିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦିନକୁ ଦିନ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢ଼ିଛି । ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି, ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା ସହ ଟିମ୍‌ ହୋଇ କାମ କରିବା । ସବୁବେଳେ ସାଧୁତା ରଖିବାକୁ ଚେଷ୍ଟା କର । ସମୟର ସଠିକ୍‌ ଉପୋଯୋଗ କର । ଏହି ୪ଟି ନୀତି ଜୀବନରେ ସଫଳତା ଆଣିବ । ଶିକ୍ଷାର୍ଥୀମାନେ 5Tର ସମ୍ପୂର୍ଣ୍ଣ ସୁବିଧା ନେବ ଉଚିତ । ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.