Below header

ମୁସଲମାନ ଛାତ୍ର ହେଲେ ସଂସ୍କୃତ ବୋର୍ଡର ଟପ୍ପର

ଜଣେ ମୁସଲମାନ ଛାତ୍ର ହୋଇଛନ୍ତି ସଂସ୍କୃତ ବୋର୍ଡରେ ଟପ୍ପର । ଉତ୍ତର ପ୍ରଦେଶ ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏହି ଛାତ୍ର ଇରଫାନ୍‌ ମଧ୍ୟମା ବା ଇଣ୍ଟରମେଡିଏଟ୍‌ ପରୀକ୍ଷାରେ ଟପ୍ପର ହୋଇ ଇତିହାସ ରଚିଛନ୍ତି । ସେ ସଂସ୍କୃତ ବୋର୍ଡ ପରୀକ୍ଷାରେ ୮୨.୭୨ % ମାର୍କ ରଖି ଟପ୍ପର ହୋଇଛନ୍ତି । ଇରଫାନଙ୍କ ଏହି ସଫଳତାକୁ ନେଇ ସବୁଠି ଚର୍ଚ୍ଚା ।

ଲକ୍ଷ୍ନୌ : ଜଣେ ମୁସଲମାନ ଛାତ୍ର ହୋଇଛନ୍ତି ସଂସ୍କୃତ ବୋର୍ଡରେ ଟପ୍ପର । ଉତ୍ତର ପ୍ରଦେଶ ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏହି ଛାତ୍ର ଇରଫାନ୍‌ ମଧ୍ୟମା ବା ଇଣ୍ଟରମେଡିଏଟ୍‌ ପରୀକ୍ଷାରେ ଟପ୍ପର ହୋଇ ଇତିହାସ ରଚିଛନ୍ତି । ସେ ସଂସ୍କୃତ ବୋର୍ଡ ପରୀକ୍ଷାରେ ୮୨.୭୨ % ମାର୍କ ରଖି ଟପ୍ପର ହୋଇଛନ୍ତି । ଇରଫାନଙ୍କ ଏହି ସଫଳତାକୁ ନେଇ ସବୁଠି ଚର୍ଚ୍ଚା ।

ଯଦିଓ ତାଙ୍କର ସଂସ୍କୃତରେ କମ୍‌ ମାର୍କ ରହିଛି, ତେବେ ଅନ୍ୟ ବିଷୟରେ ସେ ଭଲ ମାର୍କ ରଖିଛନ୍ତି । ସେ ସାହିତ୍ୟର ପ୍ରଥମ ଓ ଦ୍ୱିତୀୟ ପତ୍ରରେ ୧୦୦ ରୁ ଯଥାକ୍ରମେ ୯୩ ଓ ୮୫ ମାର୍କ ରଖିଥିବା ବେଳେ ସମାଜ ବିଜ୍ଞାନରେ ୧୦୦ ରୁ ୮୭ ଓ ଭୁଗୋଳରେ ୧୦୦ ରୁ ୯୭ ମାର୍କ ରଖିଛନ୍ତି ।

ଇଂରାଜୀରେ ୧୦୦ ରୁ ୭୦ ରଖିଥିବା ବେଳେ ସଂସ୍କୃତରେ ପ୍ରଥମ ଓ ଦ୍ୱିତୀୟ ପତ୍ରରେ ୫୦ରୁ ଯଥାକ୍ରମେ ୧୯ ଓ ୨୦ ରଖିଛନ୍ତି । ତେବେ ତାଙ୍କର ଏକାଦଶ ଓ ଦ୍ୱାଦଶ ମାର୍କ ମିଶି ମୋଟ ୧୪୦୦ ରୁ ୧୧୮୫ ମାର୍କ ଥାଇ ଟପ୍ପର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.