Below header

ଓଡିଶାରୁ-ସୁରତକୁ ସିଧାସଳଖ ବିମାନ ଏବଂ ରେଳ ଚଳାଚଳ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀରୁ-ସୁରତ ମଧ୍ୟରେ ସିଧା ବିମାନଚଳାଚଳ ଆରମ୍ଭ କରାଯାଉ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି । ନବୀନ ଲେଖିଛନ୍ତି, ବହୁ ସଂଖ୍ୟାରେ ଓଡ଼ିଆ ସୁରତରେ ରହୁଛନ୍ତି । ବ୍ୟବସାୟ, ବାଣିଜ୍ୟ ସହ ଶିଳ୍ପରେ କାମ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ଯୋଗାଯୋଗ ନାହିଁ । ତେଣୁ ଜରୁରୀ ପରିସ୍ଥିତିରେ ସୁରତରେ ରହୁଥିବା ଓଡ଼ିଆ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

naveen ବିମାନ ଯୋଗାଯୋଗ ଆରମ୍ଭ ହେଲେ ସୁରତରେ ରହୁଥିବା ଓଡ଼ିଆଙ୍କ ଆବଶ୍ୟକ ପୂରଣ ହେବ । ଏହାସହ ଦୁଇଟି ସ୍ଥାନରେ ପର‌୍ୟ୍ୟଟକଙ୍କ ଯିବା ଆସିବା ସୁବିଧା ହେବ । ତେଣୁ ଭୁବନେଶ୍ୱରରୁ-ସୁରତ ମଧ୍ୟରେ ସିଧା ବିମାନ ଚଳାଚଳ ଆରମ୍ଭ କରାଯାଉ । ଏଥିପାଇଁ ଏୟାର ଇଣ୍ଡିଆ ଏବଂ ଅନ୍ୟ ଘରୋଇ ଏୟାର ଲାଇନ୍ସକୁ ସେବା ଆରମ୍ଭ କରିବାକୁ ଅନୁରୋଧ କରିବା ପାଇଁ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ରହ୍ମପୁରରୁ-ସୁରତକୁ ଦୁଇଟି ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ

letterସେହିପରି ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଚିଠି ଲେଖି, ବ୍ରହ୍ମପୁରରୁ-ସୁରତକୁ ଦୁଇଟି ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁରତରେ କାମ କରୁଥିବା ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାରୁ ଯାଇଛନ୍ତି । ବ୍ରହ୍ମପୁରରୁ ସୁରତକୁ କିନ୍ତୁ ସିଧା ଟ୍ରେନ ଯୋଗାଯୋଗ ନାହିଁ । କିଛି ଟ୍ରେନ୍ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଚଳାଚଳ କରୁଥିଲେ ମଧ୍ୟ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଚଳାଚଳ ହେଉଛି । କିନ୍ତୁ ବ୍ରହ୍ମପୁରରୁ କିମ୍ବା ସୁରତରୁ ଟ୍ରେନ୍ ଗୁଡିକ ଆରମ୍ଭ ହେଉ ନାହିଁ । ତେଣୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବ୍ରହ୍ମପୁର-ସୁରତ ମଧ୍ୟରେ ଦୁଇଟି ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଏ ସଂପର୍କରେ ଗତ ଅଗଷ୍ଟ ମାସରେ ମଧ୍ୟରେ ନବୀନ, ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ ।

ଆସନ୍ତକାଲି ଗୁଜୁରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

CM Naveen Patnaikଆସନ୍ତକାଲି ଗୁଜୁରାଟ ସୁରଟରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୟନ ଶିଳ୍ପ ଏବଂ ହୀରା ବ୍ୟବସାୟର ପେଣ୍ଠ ସ୍ଥଳୀ ସୁରଟ । ଏଠାରେ ଲକ୍ଷ ଲକ୍ଷ ଓଡିଆ କାଯ୍ୟର୍ରତ । ଏମାନଙ୍କ ଭୋଟ ୨୦୧୯ ନିର୍ବାଚନରେ ଉଭୟ ଗୁଜୁରାଟ ଏବଂ ଓଡିଶା ପାଇଁ ଗୁରୁତ୍ୱ ବହନ କରୁଛି । ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି । ଏହାର ଠିକ୍ ସପ୍ତାହେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ରାଜନୈତିକ ପାଣିପଗାକୁ ସରଗରମ କରିଛି । ସୁରଟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସହ ନିଯୁକ୍ତି ଭଳି ପ୍ରସଙ୍ଗ ସହ ଗୁଜୁରାଟ ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ପହଂଚୁଛି କି ନାହିଁ ସେ ନେଇ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ଉପରେ ବିଜେପି କହିଛି ନିର୍ବାଚନ ପାଖେଇ ଆସୁଥିବାରୁ ସୁରଟର ଓଡିଆ ଲୋକଙ୍କ କଥା ମନେ ପଡିଛି । ଓଡିଶାରେ ନିଯୁକ୍ତି ସୁଯୋଗ ନଥିବାରୁ ସେମାନେ ସୁରଟରେ ଯାଇ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.