ନୂଆବର୍ଷରେ ରାତି ୨ଟାରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ (କେନ୍ୟୁଜ୍) : ନୂଆବର୍ଷ ପାଳନ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି । ଜାନୁଆରୀ ଏକ ତାରିଖ ୨୦୧୯ରେ ଭକ୍ତମାନେ ଶ୍ରୀଜିଉଙ୍କୁ ରାତି ୨ଟାରେ ଦର୍ଶନ କରିପାରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିରର କାର‌୍ୟ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଡିସେମ୍ବର ୩୧ତାରିଖରେ ରାତି ସାଢେ ୯ଟାରେ ପହୁଡ଼ କରାଯିବ । ରାତି ୨ଟାରେ ଦ୍ୱାର ଫିଟା ଯିବ । ଏହା ସହ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଛି । ଆସନ୍ତା ୧୯ତାରିଖରେ ନାଟ୍ୟ ମନ୍ଦିର ମରାମତି ସଂପର୍କିତ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିର ବୈଷୟିକ କୋର କମିଟି ସହ ଆଲୋଚନା କରାଯାଇ ଏସଂପର୍କରେ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ । ଆନନ୍ଦ ବଜାରରେ ମହାପ୍ରସାଦ ରେଟ ଚାର୍ଟ ଲଗାଯିବା ଓ ଅନଲାଇନରେ ଦର୍ଶନ ଟିକେଟ ନେଇ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.