ଛିଡୁନି ଅଙ୍କ : କିଏ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ

ଛତିଶଗଡ଼ (କେନ୍ୟୁଜ୍) : କିଏ ହେବେ ମୁଖ୍ୟମନ୍ତ୍ରୀ ? ଅଙ୍କ ଛିଡୁନି । ଜାରି ରହିଛି ସସପେନ୍ସ । ଆଜି ଏହାର ଅନ୍ତ ହେବ ବୋଲି ଆଶା କରାଯାଉଛି । ଗତକାଲି ରାହୁଲଙ୍କ ମାରଥନ ବୈଠକ ସତ୍ତ୍ୱେ କୌଣସି ନାଁରେ ମୋହର ବାଜି ନାହିଁ । ଆଜି ଦିନ ୧୨ଟାରେ ପୁଣି ବୈଠକ ହେବ । ଏହି ବୈଠକ ପରେ ନାଁ ଘୋଷଣା କରାଯିବ ବୋଲି ଛତିଶଗଡ କଂଗ୍ରେସ ପ୍ରଭାରୀ ପି.ଏଲ ପୁନିଆ କହିଛନ୍ତି । ଗତକାଲି ବୈଠକରେ କଂଗ୍ରେସ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ, ପି.ଏଲ ପୁନିଆ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ସାମିଲ ଥିଲେ । ଛତିଶଗଡ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ଚାରି ଜଣ ନେତା । ଏମାନେ ହେଲେ ରାଜ୍ୟ ପିସିସି ସଭାପତି ଭୂପେଶ ବାଘେଲ, ବିରୋଧୀ ଦଳ ନେତା ଟି. ଏସ୍. ସିଂଦେଓ, ବରିଷ୍ଠ ନେତା ଚରଣ ଦାସ ମହନ୍ତ ଓ ତାମ୍ରଧ୍ୱଜ ସାହୁ । ଛତିଶଗଡ଼ରେ ୧୫ ବର୍ଷ ପରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଆଗକୁ ଆସିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.