ମାଡି ଆସୁଛି ବାତ୍ୟା ପେଥାଇ

ଭୁବନେଶ୍ବର (କେନ୍ୟୁଜ୍) : ଆନ୍ଧ୍ରପ୍ରଦେଶ ଆଡକୁ ମାଡି ଆସୁଛି ବାତ୍ୟା ପେଥାଇ । ବର୍ତ୍ତାମାନ ଚେନ୍ନାଇ ଠାରୁ ୫୯୦ ଏବଂ ଆନ୍ଧ୍ର ପ୍ରଦେଶର ମଛଲି ପଟ୍ଟନମ୍ ଠାରୁ ୬୭୦ କିଲୋ ମିଟର ଦୂରରେ ରହିଛି ପେଥାଇ । ଏହା ଘଣ୍ଟାକୁ ୧୭ କିମି ବେଗରେ ଗତି କରୁଛି । ୨୪ ଘଣ୍ଟାରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ । ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଯୁଗ୍ମ ଝଜଉ ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି ।

depression ଆଜି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଆସନ୍ତାକାଲି ୧୧ଟି ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ଷା ପାଇଁ ଚିନ୍ତାରେ ଚାଷୀକୂଳ । କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯିବା ସହ ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.