ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଭାରତର କଡା ଜବାବ,ଶତକ ହାସଲ କଲେ କୋହଲୀ

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଟିମ ଇଣ୍ଡଆର କଡା ଜବାବ । ପ୍ରାରମ୍ଭିକ ବିପର୍ୟ୍ୟୟ ପରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି ଓ ଅଜିଙ୍କ୍ୟା ରାହାଣେ । ବିରାଟ କୋହଲୀ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରର ୨୫ ତମ ଶତକ ହାସଲ କରିଛନ୍ତି କୋହଲୀ । ସେହିପରି ରାହାଣେ ୫୧ ରନ୍ କରି ଆଉଟ୍ ହୋଇଛନ୍ତି । ତୃତୀୟ ଦିନରେ ରାହାଣେ ଭାବେ ଟିମ୍ ଇଣ୍ଡିଆକୁ ପ୍ରଥମ୍ ଝଟ୍କା ଲାଗିଥିଲା । ଗତକାଲି ଦ୍ୱିତୀୟ ଦିନରେ ୩ ଓ୍ଵିକେଟ ହରାଇ ୧୭୨ ରନ କରିଥିଲା ବିରାଟ ଆଣ୍ଡ କୋ । ଅଧିନାୟକ କୋହଲି ୮୨ ଓ ରାହାଣେ ୫୧ ରନ କରି ଅପରାଜିତ ଅଛନ୍ତି ।