Below header

ଚାକିରୀ ଦେବା ନାଁରେ ଠକେଇ, ଶ୍ରୀମନ୍ଦିର ପ୍ରଶାସନର ଲେଟର ପ୍ୟାଡ ଜାଲ

ପୁରୀ (କେନ୍ୟୁଜ୍) : ଚାକିରୀ ଦେବା ନାଁରେ ଠକେଇ। ଶ୍ରୀମନ୍ଦିର ପ୍ରଶାସନର ଲେଟର ପ୍ୟାଡକୁ ଜାଲ କରି ଏଭଳି ଠକେଇ କରିଛନ୍ତି କିଛି ଦୁର୍ବୃତ୍ତ। ଜାଲ ଲେଟର ପ୍ୟାଡରେ ନିଯୁକ୍ତି ପତ୍ର ପ୍ରସ୍ତୁତ କରି ଅନେକ ଯୁବକଙ୍କୁ ଦିଆଯାଇଛି। ସଂପୃକ୍ତ ଯୁବକମାନେ ଚାକିରୀ ପାଇଁ ଶ୍ରୀମନ୍ଦିର କାର‌୍ୟ୍ୟାଳୟକୁ ଆସିଥିବା ବେଳେ ଏହା ଜାଲ ବୋଲି ଜଣାପଡ଼ିଥଲା। ଶ୍ରୀମନ୍ଦିର ପ୍ରଶାସନ ଏନେଇ ଲିଖିତ ଅଭିଯୋଗ ଦାୟର କରିବା ପରେ କାର‌୍ୟ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ନିଯୁକ୍ତି ଦେବା ପାଇଁ ଠକେଇର ଶିକାର ଯୁବକମାନଙ୍କ ଠାରୁ ୩୦ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ସେମାନେ କହିଛନ୍ତି। କୌଣସି ବିଭ୍ରାନ୍ତିକର ଖବର ଉପରେ ବିଶ୍ୱାସ ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.