ପୁଣି ଦନ୍ତାର ହାତୀର ମୃତ୍ୟୁ, ହାତୀ ଦେହରେ ବାଜିଛି ତିନିଟି ଗୁଳି

ବ୍ରହ୍ମପୁର(କେନ୍ୟୁଜ୍) : ପୁଣି ଏକ ଦନ୍ତାର ହାତୀର ମୃତ୍ୟୁ । ବନଖଣ୍ଡର ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ମେଘଝୋଳି-ନିମଖଣ୍ଡି ରାସ୍ତା କେନାଲ ହୁଡ଼ାରୁ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ବହୁତ ହାତୀଙ୍କର ମ୍ରୁତ୍ୟୁ ଘଟୁଛି। ହାତୀ ଦେହରେ ତିନିଟି ଗୁଳି ବାଜିଛି । କେହି ଦୁର୍ବୃତ୍ତ ହାତୀକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରୁଛନ୍ତି । ପୋଷ୍ଟମର୍ଟମ୍ ହେବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ଗତ ସପ୍ତାହେ ହେବ ୭ଟି ହାତୀ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଚଳାଇଥିଲେ । ବ୍ୟାପକ ଫସଲ ନଷ୍ଟ କରୁଥିଲେ । ଏହି କାରଣରୁ କେହି ଦୁର୍ବୃତ୍ତ ହାତୀକୁ ମାରି ଦେଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.