Below header

ପିଏମ୍‌-ସିଏମ୍‌ ଆଲୋଚନା: ଓଡ଼ିଶା ପାଇଁ ୧୦ ଦିନର ଟିକା ଷ୍ଟକ ଦେବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପାଇଁ ୧୦ ଦିନର ଟିକା ଷ୍ଟକ ସୁନିଶ୍ଚିତ କରାଯାଉ। ଆଜି ପିଏମ୍‌-ସିଏମ୍‌ ଆଲୋଚନାରେ ଏହି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ବେଳେ ରାଜ୍ୟରେ ଟିକାର ଅଭାବ କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ଟିକାକରଣରେ ଓଡ଼ିଶା ଭଲ କାମ କରୁଛି। ଦେଶରେ ଓଡ଼ିଶାର ଟିକା ନଷ୍ଟ ହାର ବହୁତ କମ। କିନ୍ତୁ ଯୋଗାଣରେ ସମସ୍ୟା ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ଅଢେଇ ଲକ୍ଷ ଟିକାକରଣ କରାଯାଉଛି। କିନ୍ତୁ ଏହାଠାରୁ ଅଧିକ ଟିକାକରଣ କରିହେବ। ତେଣୁ ୧୦ ଦିନ ଟିକାକରଣ କରିବାକୁ ପାଇଁ ଯେତିକି ଷ୍ଟକ ଆବଶ୍ୟକ ତାକୁ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଲୋଚନା ବେଳେ ନବୀନ କହିଥିଲେ, ଅଧିକ ସଂକ୍ରମିତ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଦେଖି ଆମ ବ୍ୟସ୍ଥାକୁ ପୁନଃ ସକ୍ରିୟ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ୍‌ ମୁକାବିଲା ପାଇଁ ଏସ୍‌ଡିଆରଏଫରୁ ୫୦% ପର୍ଯ୍ୟନ୍ତ ଅର୍ଥ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଚଳିତ ଆର୍ଥିକ ବର୍ଷ  ପାଇଁ ସେହି ଅନୁମତି ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟ ସରକାର ଏମର୍ଜେନ୍‌ସୀ କୋଭିଡ୍‌ ରେସପନ୍‌ସ ପ୍ଲାନ ପାଇଁ ୪ଶହ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ ମିଳିଥିଲା ୧୪୬ କୋଟି ଟଙ୍କା। ବର୍ତ୍ତମାନ ନୂଆ ୱେଭ୍‌କୁ ଦେଖି କୋଭିଡ୍‌ ପରିଚନାଳନା ପାଇଁ ଏଥିରେ ୩୦୦ କୋଟି ଟଙ୍କା ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.