ପାଣିକୋଇଲି ଥାନା ଅଧିକାରୀ ହେଲେ ହଟହଟା,ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯାଇଥିବା ବେଳେ ଲୋକେ କହିଲେ ନାଗିନ୍‌ ଡ୍ୟାନ୍ସ କର

ଯାଜପୁର ରୋଡ଼(କେନ୍ୟୁଜ୍):  ନାଗିନ୍‌ ଡ୍ୟାନ୍ସ କରି ଚର୍ଚ୍ଚାରେ ଥିବା ପାଣିକୋଇଲି ଥାନା ଅଧିକାରୀ ହଟହଟା । ଆଜି ଷଠିପୁର ଠାରେ ଏକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ଉତ୍ତ୍ୟେକ୍ତ ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ପାଣିକୋଇଲି ଥାନା ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ବେଳେ ଲୋକେ ତାଙ୍କୁ ନାଗିନ୍‌  ଡ୍ୟାନ୍ସ କରିବାକୁ କହିଥିଲେ ।

ଥାନା ଅଧିକାରୀ ଚକ୍ରବର୍ତ୍ତୀ କଅଁରଙ୍କୁ ଗାଳି କରିବା ସହ ତାଙ୍କ ବାଟ ଓଗାଳିଥିଲେ ସ୍ଥାନୀୟ ଯୁବକ ।  ଥାନା ଅଧିକାରୀଙ୍କୁ ତୁରନ୍ତ ସସପେଣ୍ଡ କରିବାକୁ ଦାବି କରିଥିଲେ । ଏହି ସମୟରେ କିଛି ଯୁବକ ଥାନା ଅଧିକାରୀଙ୍କୁ ସୁରକ୍ଷିତ ଭାବେ ମୁକୁଳାଇ ନେଇଥିଲେ । ଦୁଇ ଦିନ ତଳେ ଯାଜପୁର ପାଣିକୋଇଲି ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ଥାନା ଭିତରେ ନାଗିନ୍‌ ଡ୍ୟାନ୍ସ କରିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହି ଘଟଣାରେ ଥାନାରେ କାର୍ଯ୍ୟରତ ଜଣେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.