Below header

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ, ଉଦଘାଟିତ ହେବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ

ନୂଆବର୍ଷରେ ପଶ୍ଚିମ ଓଡ଼ିଶାରୁ ଜିଲ୍ଲା ଗସ୍ତ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ବଲାଙ୍ଗିର ଜିଲ୍ଲା ଗସ୍ତ କରିବେ। ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ।

ନୂଆବର୍ଷରେ ପଶ୍ଚିମ ଓଡ଼ିଶାରୁ ଜିଲ୍ଲା ଗସ୍ତ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ବଲାଙ୍ଗିର ଜିଲ୍ଲା ଗସ୍ତ କରିବେ। ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ଏଥିସହ ମୁଖ୍ୟମନ୍ତ୍ରୀ ୨୨୨୦ କୋଟିର ୧୧୨ଟି ପ୍ରକଳ୍ପ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସୁକତେଲ ପ୍ରକଳ୍ପ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜଳସେଚନର ଲାଇଫଲାଇନ୍ ହେବ । ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୪୦ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ହେବ । ଦୂର ହେବ ମରୁଡ଼ି ସମସ୍ୟା । ଏଥିସହ ଜିଲ୍ଲାରେ ପିଇବା ପାଣି ସମସ୍ୟାର ସମାଧାନ ହୋଇପାରିବ । ସୁକତେଲ ପ୍ରକଳ୍ପ ଉଦଘାଟନ ନେଇ ୨୩ ବର୍ଷ ଧରି ବାଦ ବିବାଦ ଚାଲିଥିଲା । ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.