ଜାଣନ୍ତୁ କିଏ ଇଣ୍ଡଷ୍ଟ୍ରିର ସବୁଠୁ ଧନୀ ଅଭିନେତ୍ରୀ? ନେଟୱର୍ଥ ମାମଲାରେ ବଡ ବଡ ଆକ୍ଟରଙ୍କୁ ଦିଅନ୍ତି ଟକ୍କର

ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ବର୍ତ୍ତମାନ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଏମାନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ଅଛନ୍ତି ଯାହାର ରୋଜଗାର କୋଟି କୋଟିରେ ଏବଂ ସେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ । ଏହି ଅଭିନେତ୍ରୀ ଅନ୍ୟ କେହି ନୁହଁନ୍ତି ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ନେଟୱର୍ଥ କେତେ?

ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ବର୍ତ୍ତମାନ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଏମାନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ଅଛନ୍ତି ଯାହାର ରୋଜଗାର କୋଟି କୋଟିରେ ଏବଂ ସେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ । ଏହି ଅଭିନେତ୍ରୀ ଅନ୍ୟ କେହି ନୁହଁନ୍ତି ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ନେଟୱର୍ଥ କେତେ?

ଡିଏନ୍ଏ ରିପୋର୍ଟ ଅନୁଯାୟୀ, ଐଶ୍ୱର୍ଯ୍ୟାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୭୭୬ କୋଟି ଟଙ୍କା । ନିଜ ଭୂମିକା (ରୋଲ୍) ଏବଂ ସ୍କ୍ରିନ୍ ସମୟ ଅନୁଯାୟୀ ଏହି ଅଭିନେତ୍ରୀ ଗୋଟେ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ଟଙ୍କା ନିଅନ୍ତି । ଐଶ୍ୱର୍ଯ୍ୟା ତାଙ୍କ ଫିଲ୍ମ କ୍ୟାରିୟରରେ ୫୦ ରୁ ଅଧିକ ଫିଲ୍ମ କରିଛନ୍ତି । ତାଙ୍କର ଅନେକ ଫିଲ୍ମ ସୁପରହିଟ୍ ମଧ୍ୟ ହୋଇଛି । ଏହି କାରଣରୁ ଐଶ୍ୱର୍ଯ୍ୟା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାର ଶୀର୍ଷରେ ରହିଛନ୍ତି । ଫିଲ୍ମ ବ୍ୟତୀତ ଐଶ୍ୱର୍ଯ୍ୟା ଅନ୍ୟାନ୍ୟ କାର୍ଯ୍ୟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ସୂଚନା ଅନୁଯାୟୀ ଏହି ଅଭିନେତ୍ରୀ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୮୦-୯୦ ଲକ୍ଷ ଟଙ୍କା ଫି’ ନିଅନ୍ତି ।

ରିପୋର୍ଟ ଅନୁଯାୟୀ, ଐଶ୍ୱର୍ଯ୍ୟା ଗୋଟିଏ ଦିନର କମିଟମେଣ୍ଟ ପାଇଁ ପ୍ରାୟ ୬ ରୁ ୭ କୋଟି ଟଙ୍କା ନିଅନ୍ତି । ଏହି ଲିଷ୍ଟରେ ଐଶ୍ୱର୍ଯ୍ୟା ରାୟଙ୍କ ପରେ ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କ ନାମ ଆସେ । ରିପୋର୍ଟ ଅନୁଯାୟୀ, ଆଲିଆଙ୍କ ସମ୍ପତ୍ତି ମୂଲ୍ୟ ୪୮୫ କୋଟି ଏବଂ ଦୀପିକାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୧୪ କୋଟି ଟଙ୍କା । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସାଉଥ ଫିଲ୍ମ ‘ପୋନ୍ନିୟନ ସେଲବନ’ରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.