ଜାପାନରେ ଲ୍ୟାଣ୍ଡ କରିବା ସମୟରେ ବିମାନରେ ଲାଗିଲା ନିଆଁ

ଜାପାନରେ ଲ୍ୟାଣ୍ଡ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଏହି ଘଟଣା ଟୋକିଓ ବିମାନବନ୍ଦରରେ ଘଟିଛି। ଦୁର୍ଘଟଣା କେଉଁ କାରଣରୁ ହୋଇଛି, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ଜାପାନରେ ଲ୍ୟାଣ୍ଡ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଏହି ଘଟଣା ଟୋକିଓର ଏକ ବିମାନବନ୍ଦରରେ ଘଟିଛି। ଦୁର୍ଘଟଣା କେଉଁ କାରଣରୁ ହୋଇଛି, ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଜାପାନୀ ନ୍ୟୁଜ୍‌ ଏଜେନ୍ସି ‘ଏନ୍‌ଏଚ୍‌କେ’ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି। ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବିମାନଟି ଲ୍ୟାଣ୍ଡ କରିବା ସମୟରେ ଅନ୍ୟ କୌଣସି ବିମାନ ସହ ଧକ୍କା ହେବା କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

ଅନେକ ବିଦେଶୀ ମିଡିଆ ଏହି ଘଟଣାର ଫୁଟେଜ୍‌ ଜାରି କରିଛନ୍ତି। ଏଥିରେ ବିମାନର ଝରକା ଏବଂ ତଳୁ ନିଆଁ ବାହାରୁଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। ଜାପାନୀ ମିଡିଆ ମୁତାବକ, ବିମାନ ନମ୍ବର JAL 516ରେ ନିଆଁ ଲାଗିଯାଇଥିଲା। ବିମାନଟି ହୋକ୍କାଇଡୋରୁ ଉଡ଼ାଣ ଭରିିଥିଲା। ଜାପାନ ଏୟାରଲାଇନ୍ସର ଏହି ବିମାନ ସ୍ଥାନୀୟ ସମୟାନୁସାରେ, ଅପରାହ୍ନ ୪ଟାରେ ନ୍ୟୁ ଚିଟୋସ୍‌ ବିମାନବନ୍ଦର ଛାଡ଼ି ୫ଟା ୪୦ରେ ହାନେଡାରେ ଅବତରଣ କରୁଥିଲା। ହାନେଡା ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ଏଥିରେ ନିଆଁ ଲାଗିଯାଇଥିଲା।

ଭିଡିଓରେ ଦେଖାଯାଉଛି, ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ଆହତଙ୍କ ବିଷୟରେ କୌଣସି ଖବର ନାହିଁ। ସେପଟେ ଜାପାନ ଟାଇମ୍ସ ମୁତାବକ, ବିମାନରେ ଥିବା ମୋଟ ୩୬୭ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.