ପଦ ଛାଡିପାରନ୍ତି ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ !

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ହେମନ୍ତ ସୋରେନ୍ । ମୁଖ୍ଯମନ୍ତ୍ରୀ ପଦରେ ପତ୍ନୀ କଳ୍ପନା ସୋରେନଙ୍କୁ ବସାଇ ପାରନ୍ତି । ଜାତୀୟ ଗଣମାଧ୍ୟମରେ ଏବେ ଏମିତି ଚର୍ଚ୍ଚା ଜୋର ଧରିଛି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ହେମନ୍ତ ସୋରେନ୍ । ମୁଖ୍ଯମନ୍ତ୍ରୀ ପଦରେ ପତ୍ନୀ କଳ୍ପନା ସୋରେନଙ୍କୁ ବସାଇ ପାରନ୍ତି । ଜାତୀୟ ଗଣମାଧ୍ୟମରେ ଏବେ ଏମିତି ଚର୍ଚ୍ଚା ଜୋର ଧରିଛି । ବିଜେପି ସାଂସଦ ନୀଶିକାନ୍ତ ଦୁବେ ହେମନ୍ତ ସୋରେନ୍ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ପତ୍ନୀ କଳ୍ପନା ଶାସନ ଭାର ସମ୍ଭାଳିବେ ବୋଲି ଦାବି କରିଛନ୍ତି ।

ଆସନ୍ତାକାଲି ବିଧାୟକ ଦଳ ବୈଠକ ଡାକିଛନ୍ତି ହେମନ୍ତ ସୋରେନ୍ । ସେଠାରେ ଝାଡ଼ଖଣ୍ଡ ରାଜନୀତି ଉପରେ ଆଲୋଚନା ହେବ । ଜମି ଜାଲିଆତି ମାମଲାରେ ହେମନ୍ତ ସୋରେନଙ୍କୁ ବାରମ୍ବାର ସମନ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ସାତ ଥର ତାଙ୍କୁ ନୋଟିସ୍ କରିସାରିଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ସମନ୍ କରିଛି ଇଡି । କିନ୍ତୁ ସେ କେବେ ବି ହାଜର ହୋଇ ନାହାନ୍ତି କି ଉତ୍ତର ଦେଇ ନାହାନ୍ତି ।

ଅନ୍ୟପଟେ ଗିରିଡିହିର ଗାଣ୍ଡେୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ସର୍ଫାରାଜ ଅହମ୍ମଦ । ଚର୍ଚ୍ଚା ହେଉଛି ସେ ଇସ୍ତଫା ଦେଇ କଳ୍ପନା ସୋରେନଙ୍କ ପାଇଁ ଆସନ ଛାଡ଼ିଛନ୍ତି । ଗାଣ୍ଡେୟ ଅସଂରକ୍ଷିତ ଆସନ । କଳ୍ପନା ଓଡ଼ିଶାର ଝିଅ ହୋଇଥିବାରୁ ଅନୁସୂଚିତ ଜନଜାତି ଆସନରୁ ଲଢ଼ିପାରିବେ ନାହିଁ । ଇଡି କୌଣସି ସମସ୍ୟା କରିବା ପୂର୍ବରୁ ହେମନ୍ତ ସୋରେନ୍ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇ ପାରନ୍ତି । କାଲି ହେବାକୁ ଥିବା ବିଧାୟକ ଦଳ ବୈଠକରେ ଏନେଇ ସହମତି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.