ଖରାପ ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ ଏହା ପଛରେ କଣ କାରଣ ରହିଛି

କିଛି ବିଶେଷଜ୍ଞ କହିଛନ୍ତି ଯେ ଅତ୍ୟଧିକ ଟେନସନ ନେବା ଦ୍ୱାରା ଏବଂ କମ୍ ନିଦ ପାଇଁ ଲୋକମାନେ ରାତିରେ ଖରାପ ସ୍ୱପ୍ନ ଦେଖିଥାନ୍ତି । ବେଳେବେଳେ ଏହି ସ୍ୱପ୍ନ ଏତେ ବିପଜ୍ଜନକ ହୋଇଥାଏ ଯେ ମଣିଷର ନିଦ ଭାଙ୍ଗିଯାଏ ଏବଂ ସେହି ସ୍ୱପ୍ନ ହେତୁ ମଣିଷର ଦିନ ଖରାପ ହୋଇଯାଏ ।

ଶୋଇବା ସମୟରେ ସ୍ୱପ୍ନ ଦେଖିବା ଅତି ସାଧାରଣ କଥା । କିଛି ସ୍ୱପ୍ନକୁ ଆମେ ମନେ ରଖୁ ଏବଂ କିଛି ସ୍ୱପ୍ନକୁ ଆମେ ଭୁଲିଯାଉ । କିନ୍ତୁ ଅନେକ ଥର ରାତିରେ ଆମେ ଏଭଳି କିଛି ଭୟଙ୍କର ସ୍ୱପ୍ନ ଦେଖିଥାଉ, ଯେଉଁଥିପାଇଁ ଆମ ନିଦ ଭାଙ୍ଗିଯାଏ ଏବଂ ଆମେ ଭୟଭୀତ ହୋଇଯାଉ । ଭୟଙ୍କର ବା ଖରାପ ସ୍ୱପ୍ନକୁ ଦୁଃସ୍ୱପ୍ନ କୁହାଯାଏ କିନ୍ତୁ ଯଦି ଆପଣ ବାରମ୍ବାର ଖରାପ ସ୍ୱପ୍ନ ଦେଖୁଛନ୍ତି ଏବଂ ଆପଣ ଏଭଳି ସ୍ୱପ୍ନ ପାଇଁ ନିଦରୁ ଉଠୁଛନ୍ତି ତେବେ ଏହା ପଛରେ ଅନେକ କାରଣ ଥାଇପାରେ । ତେବେ ଆସନ୍ତୁ ଜାଣିବା ଖରାପ ସ୍ୱପ୍ନର କାରଣ ଏବଂ ଏଭଳି ସ୍ୱପ୍ନରୁ କିପରି ଦୂରେଇ ରହିବେ ।

କିଛି ବିଶେଷଜ୍ଞ କହିଛନ୍ତି ଯେ ଅତ୍ୟଧିକ ଟେନସନ ନେବା ଦ୍ୱାରା ଏବଂ କମ୍ ନିଦ ପାଇଁ ଲୋକମାନେ ରାତିରେ ଖରାପ ସ୍ୱପ୍ନ ଦେଖିଥାନ୍ତି । ବେଳେବେଳେ ଏହି ସ୍ୱପ୍ନ ଏତେ ବିପଜ୍ଜନକ ହୋଇଥାଏ ଯେ ମଣିଷର ନିଦ ଭାଙ୍ଗିଯାଏ ଏବଂ ସେହି ସ୍ୱପ୍ନ ହେତୁ ମଣିଷର ଦିନ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଏଭଳି ଦୁଃସ୍ୱପ୍ନରୁ ଦୂରେଇ ରହିବା ନିହାତି ଜରୁରୀ ।

• ଲୋକମାନେ ଖାଇବା ପରେ ତୁରନ୍ତ ଶୋଇପଡନ୍ତି, କିନ୍ତୁ ଏହା ଖରାପ ସ୍ୱପ୍ନର କାରଣ ହୋଇପାରେ । ତେଣୁ ଦୁଃସ୍ୱପ୍ନକୁ ଏଡାଇବା ପାଇଁ ଖାଇବାର ପ୍ରାୟ ୨-୩ ଘଣ୍ଟା ପରେ ଶୋଇବା ଉଚିତ୍ । କାରଣ ଅତ୍ୟଧିକ ଖାଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିଥାଏ ଯେଉଁଥିପାଇଁ ମସ୍ତିଷ୍କ ଆକ୍ଟିଭ ଥାଏ ଏବଂ ଦୁଃସ୍ୱପ୍ନ ଆସିଥାଏ ।
• ବ୍ୟସ୍ତ ବହୁଳ ଜୀବନ ପାଇଁ ନିଦର ଅଭାବ ହୁଏ ଏବଂ ସ୍ୱପ୍ନ ଆସିଥାଏ । ଏଥିପାଇଁ ଆପଣ ଠିକ୍ ସମୟରେ ଶୋଇବା ଜରୁରୀ ।

• ଆପଣଙ୍କ ଶରୀରକୁ ମଜବୁତ ରଖିବା ପାଇଁ ଆପଣ ବ୍ୟାୟାମ କରିବା ଉଚିତ୍ । ଏହା ବ୍ୟତୀତ ଶୋଇବାର ସମୟ ସ୍ଥିର କରିବା ଉଚିତ୍ ।

ମସ୍ତିଷ୍କ ଯେତେ ଶାନ୍ତ ରହେ ଶରୀର ଭଲ କାମ କରେ । ଅତ୍ୟଧିକ ଚାପ ଯୋଗୁଁ ଖରାପ ଏବଂ ଭୟଙ୍କର ସ୍ୱପ୍ନ ଆସିଥାଏ । ଏପରିସ୍ଥିତିରେ ଚାପକୁ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ଯୋଗ କରିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.