ୟୁପିରେ ଅନରକିଲିଂ: ରାତିରେ ଝିଅକୁ ପ୍ରେମିକ ସହିତ ଦେଖି ରାଗିଗଲା ବାପା, ଦୁଇ ଜଣଙ୍କୁ କୋଦାଳରେ ହାଣି ହତ୍ୟା କଲା

ଉତ୍ତରପ୍ରଦେଶର ବନ୍ଦାୟୁରୁ ଅନରକିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଯାଇଥିଲେ। ସେହି ସମୟରେ ଯୁବତୀଙ୍କ ବାପା ସେମାନଙ୍କୁ ଦେଖି ନେଇଥିଲେ। ଏଥିରେ ରାଗିଯାଇ ସେ ନିଜ ଝିଅ ଏବଂ ତା’ ପ୍ରେମିକକୁ କୋଦାଳରେ ହାଣି ଦେଇଥିଲେ।

ଉତ୍ତରପ୍ରଦେଶର ବନ୍ଦାୟୁରୁ ଅନରକିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଯାଇଥିଲେ। ସେହି ସମୟରେ ଯୁବତୀଙ୍କ ବାପା ସେମାନଙ୍କୁ ଦେଖି ନେଇଥିଲେ। ଏଥିରେ ରାଗିଯାଇ ସେ ନିଜ ଝିଅ ଏବଂ ତା’ ପ୍ରେମିକକୁ କୋଦାଳରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରେ ବ୍ୟକ୍ତି ଜଣକ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।

ଖବର ପାଇ ପୋଲିସ ଫୋର୍ସ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ଘଟିଛି ବିଲ୍‌ସି ଥାନା ଅଧୀନ ପରୋଲି ଗାଁର। ସୂଚନା ମୁତାବକ, ଏଠାରେ ୨୦ ବର୍ଷୀୟା ଯୁବତୀଙ୍କର ନିଜ ଜାତିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ବିଳମ୍ବିତ ରାତିରେ ଦୁହେଁ ପରସ୍ପରକୁ ଭେଟିବା ପାଇଁ ଯୋଜନା କରିଥିଲେ ଏବଂ ଏହାପରେ ଯୁବକ ପ୍ରେମିକାଙ୍କ ଘର ପାଖରେ ପହଞ୍ଚିଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ପରିବାର ଲୋକେ ଦୁଇ ଜଣଙ୍କୁ ଦେଖି ନେଇଥିଲେ।

ଯୁବତୀଙ୍କ ବାପା ଘଟଣାସ୍ଥଳରେ ଝିଅ ଓ ତା’ ପ୍ରେମିକକୁ ନିର୍ଧୁମ୍‌ ପିଟିଥିଲେ ଏବଂ ଏହାପରେ ପରିବାର ଲୋକଙ୍କ ସହ ମିଶି କୋଦାଳରେ ହାଣି ସେମାନଙ୍କୁ ହତ୍ୟା କରିଥିଲେ। ଏଭଳି କାଣ୍ଡ ଘଟାଇବା ପରେ ଯୁବତୀଙ୍କ ବାପା ନିଜେ କୋଦାଳ ଧରି ଥାନାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ସେ ପୋଲିସକୁ ଜଣାଇ ସେଠାରେ ଆତ୍ମସମର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.