Below header

ଅର୍ଜୁନ ପୁରସ୍କାର ପାଇଥିବା ଡିଏସପିଙ୍କୁ ହତ୍ୟା, ରାସ୍ତା କଡରେ ମିଳିଲା ମୃତଦେହ

ସଙ୍ଗରୁରରେ ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି । ଦଲବୀରଙ୍କୁ ୫୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ମୃତ୍ୟୁର କାରଣ ଏବେ ରହସ୍ୟ ଘେରରେ ରହିଛି । ତେଣୁ ତାଙ୍କର ଅଚାନକ ମୃତ୍ୟୁକୁ ନେଇ ଏବେ ରାଜ୍ୟ ପୋଲିସ ବିଭାଗରେ ଚହଳ ପଡ଼ିଛି ।

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । ସଙ୍ଗରୁରରେ ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଳନ୍ଧରରେ ବସ୍ତି ବାବା ଖେଳ ନାଳ ପାଖ ସଡକରେ ଦଲବୀରଙ୍କ ମୃତଦେହ ମିଳିଛି । ତାଙ୍କ ଶରୀରର କିଛି ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଦଲବୀରଙ୍କୁ ୫୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ମୃତ୍ୟୁର କାରଣ ଏବେ ରହସ୍ୟ ଘେରରେ ରହିଛି । ତେବେ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ ସ୍ଥାନୀୟ କିଛି ଲୋକଙ୍କ ସହିତ ଝଗଡା ହୋଇଥିବା ଖବର ମିଳିଛି । ଏହି ସମୟରେ ସେ ନିଜ ଲାଇସେନ୍ସ ବନ୍ଧୁକରୁ ଗୁଳି ଚଳାଇଥିଲେ । କିନ୍ତୁ ପରଦିନ ସେମାନଙ୍କ ସହିତ ସଲାସୁତରା ହୋଇଥିବା ଖବର ମିଳିଥିଲା ।

ଜଳନ୍ଧର ସହରର ଏକ ବାହ୍ୟ ଅଞ୍ଚଳର ବାବା ଖେଲର ଏକ କେନାଲ ନିକଟରୁ ଦଲବୀରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ମୁଣ୍ଡରେ ଗୁଳି ଚିହ୍ନ ରହିଥିବା ବେଳେ ତାଙ୍କର ସରକାରୀ ପିସ୍ତଲ ଗାଏବ ହୋଇଯାଇଥିବା ଜଣାପଡ଼ିଛି । ସେ ଜଳନ୍ଧରର ପିଏପି ଟ୍ରେନିଂ ସେଣ୍ଟରେ ଡ୍ୟୁଟି କରୁଥିଲେ । ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ପୋଲିସ ହତ୍ୟା ସନ୍ଦେହରେ ଯାଞ୍ଚ ଆରମ୍ଭ କରିଛି ।

ଡିଏସପିଙ୍କ ସାଙ୍ଗଙ୍କ କହିବା ମୁତାବକ, ୩୧ ଡିସେମ୍ବର ରାତିରେ ନୂଆ ବର୍ଷ ପାର୍ଟି ପରେ ବସ୍‌ ଷ୍ଟାଣ୍ଡ ପଛରେ ଛାଡିଦେଇଥିଲେ । ସେତେବେଳେ ତାଙ୍କ ଗାର୍ଡ ତାଙ୍କ ସହିତ ନଥିଲେ । ପଞ୍ଜାବ ପୋଲିସ ବସ୍‌ ଷ୍ଟାଣ୍ଡ ଆଖପାଖ ଅଞ୍ଚଳର ଫୁଟେଜ ଖୋଜୁଛି । ମାମଲାରେ ଡିଏସପିଙ୍କ ଘର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ଦଲବୀର ପୂର୍ବରୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ସେ ଜଣେ ଦକ୍ଷ ଅଫିସର ଭାବେ ବେଶ୍ ପରିଚିତ ଥିଲେ । ତେଣୁ ତାଙ୍କର ଅଚାନକ ମୃତ୍ୟୁକୁ ନେଇ ଏବେ ରାଜ୍ୟ ପୋଲିସ ବିଭାଗରେ ଚହଳ ପଡ଼ିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.