ଚଳିତମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ରୋମ୍ ଠାରେ ଓ୍ଵାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ରେ ଦେବେ ଯୋଗ
କେନ୍ୟୁଜ୍: ଚଳିତମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି । ରୋମ୍ ଠାରେ ଆୟୋଜିତ ଓ୍ଵାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ, ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି, ସେ ସମ୍ପର୍କରେ ନିଜର ଅନୁଭୂତି କହିବେ ।
ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମ ରିପ୍ରେଜେଣ୍ଟେଟିଭ୍ ଓ କଣ୍ଟ୍ରି ଡାଇରେକ୍ଟର ବିଶୋ ପାରାଜୁଲି ଫେବ୍ରୁଆରୀ ମାସରେ ନବୀନଙ୍କୁ ଭେଟିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ରୋମ ଆସିବାକୁ ନିମନ୍ତ୍ରଣ କରିଥିଲେ । ରୋମଠାରେ ଥିବା ପ୍ରବାସୀ ଓଡ଼ିଆ ସଂଘ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାସହ ଭାର୍ଟିକାନ୍ ସିଟି ଯାଇ ପୋପ୍ ଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଦୁଇବାଇରେ ପହଞ୍ଚିବେ । ସେଠାରେ ହେବାକୁ ଥିବା ନିବେଶକ ସମ୍ମିଳନୀକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଦୁବାଇରେ ଥିବା ଓଡ଼ିଆ ସଙ୍ଗଠନ ସଦସ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।