Below header

ଖୁସି ଖବର : ଏଣିକି କ୍ରେଡିଟ୍ କାର୍ଡ ଜରିଆରେ କରିପାରିବେ UPI ପେମେଣ୍ଟ, ଜାଣନ୍ତୁ, କେମିତି…

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଏବେ କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ଆରବିଆଇ ଘୋଷଣା କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର UPI ମାଧ୍ୟମରେ ରୁପେ କ୍ରେଡିଟ କାର୍ଡ ଦେୟକୁ ଅନୁମତି ଦେଇଛନ୍ତି। ମୁଦ୍ରା ନୀତି ସମୀକ୍ଷା ସାମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ତେବେ ଆରବିଆଇ ସାଧାରଣ ଜନତାଙ୍କ ଉପରେ ଋଣ ଭାର ବଢ଼ାଇ ଦେଇଛି। ଏକମାସ ମଧ୍ୟରେ ଆରବିଆଇ ପୁଣିଥରେ ରିପୋରରେ ବୃଦ୍ଧି କରିଛି। ଏହାର ଶୁଭାରମ୍ଭ RuPay Credit Cardରୁ କରାଯିବ। ପରେ ମାଷ୍ଟରକାର୍ଡ, Visa ସମେତ ଅନ୍ୟ ଗେଟ୍‌ୱେ ଉପରେ ଆଧାରିତ କ୍ରେଡିଟ୍ କାର୍ଡ ପାଇଁ ଏହି ସୁବିଧା ଉପଲ୍ଲବ୍ଧ କରାଯିବ। ଯେଉଁମାନେ କ୍ରେଡିଟ୍‌ କାର୍ଡରୁ ନଗଦ ଟଙ୍କା ଉଠାଇ ଥାନ୍ତି କିମ୍ବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରିଥାନ୍ତି ସେମାନଙ୍କ ପାଇଁ ଏହା ବେଶ୍‌ ଲାଭବଦାୟକ ହେବ।

ଖାଲି UPI ପେମେଣ୍ଟ ନୁହେଁ ସବ୍‌ସ୍କ୍ରିପସନ୍‌ ପେମେଣ୍ଟ୍‌କୁ ମଧ୍ୟ ଆର୍‌ବିଆଇ ଆହୁରି ସରଳ କରିଛି। କୌଣସି OTT ଫ୍ଲାଟ୍‌ଫର୍ମରେ ସବ୍‌ସ୍କ୍ରିପସନ୍‌ ହେଉ କିମ୍ବା ସ୍କୁଲ୍‌ର ମାସିକ ଦେୟ, ଗ୍ୟାସ୍‌ ବିଲ୍‌ କିମ୍ବା ମୋବାଇଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ର ମାସିକ ଦେୟ ଏଭଳି ପେମେଣ୍ଟ୍‌ ପାଇଁ RBI E-Mandate ବାଧ୍ୟତାମୂଳକ କରିଛି। ଏହାକୁ ବାଧ୍ୟତାମୂଳକ କରାଯିବା ପରେ RBI ଏଭଳି ଟ୍ରାଞ୍ଜାକ୍ସନ ପାଇଁ ଏକ ଲିମିଟ୍‌ ଧାର୍ଯ୍ୟ କରିଛି। ହେଲେ ଏହି ଲିମିଟ୍‌କୁ ଏବେ ୩ ଗୁଣା ବଢ଼ାଇ ଦିଆଯାଇଛି। ପୂର୍ବରୁ ଏଭଳି ଟ୍ରାଞ୍ଜାକ୍ସନ ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଲିମିଟ୍ ଥିଲା। ହେଲେ ଏବେ E-Mandateରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ୟୁପିଆଇ ପ୍ଲାଟଫର୍ମରେ ୨୬ କୋଟିରୁ ଅଧିକ ଉପଭୋକ୍ତା ଏବଂ ୫୦ ନିୟୁତ ବ୍ୟବସାୟୀ ଜଡିତ ଅଛନ୍ତି। କେବଳ ମେ ୨୦୨୨ ରେ, UPI ମାଧ୍ୟମରେ ୧୦.୪୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୯୪.୬୩ କୋଟି କାରବାର କରାଯାଇଥିଲା। ବୁଧବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ଉପସ୍ଥାପିତ ଚଳିତ ଆର୍ଥିକ ବର୍ଷ ପାଇଁ ତୃତୀୟ ଦ୍ୱି-ମାସିକ ମୁଦ୍ରା ସମୀକ୍ଷାର ମୁଖ୍ୟ ସୂଚନା ଗୁଡିକ ହେଉଛି:

– ରେପୋ ହାର ୦.୫୦ ପ୍ରତିଶତ ବୃଦ୍ଧି ପାଇ ୪.୯ ପ୍ରତିଶତକୁ ବୃଦ୍ଧି ପାଇଛି। ପାଞ୍ଚ ସପ୍ତାହ ମଧ୍ୟରେ ରେପୋ ହାରରେ ଏହା ହେଉଛି ଦ୍ୱିତୀୟ ବୃଦ୍ଧି।
– ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ପୂର୍ବାନୁମାନ ୫.୭ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି ପାଇଛି।
– ୨୦୨୨-୨୩ ପାଇଁ ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନ ୭.୨ ପ୍ରତିଶତରେ ରହିଛି।
– UPI ସହିତ କ୍ରେଡିଟ୍ କାର୍ଡ ଲିଙ୍କ୍ ହେବ। ରୁପେ କ୍ରେଡିଟ୍ କାର୍ଡ ପ୍ରଥମେ ଯୋଡାଯିବ।
– ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ବାଣିଜ୍ୟିକ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରକୁ ଋଣ ଦେବାକୁ ଅନୁମତି ଦେବା।
– ସହରୀ ସମବାୟ ବ୍ୟାଙ୍କଗୁଡିକ ଦ୍ୱାର ଦେଶରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାରେ ସକ୍ଷମ ହେବେ।
– ଇଲେକ୍ଟ୍ରୋନିକ୍ ମାଧ୍ୟମରେ ନିୟମିତ ବ୍ୟବଧାନରେ ଅତ୍ୟାବଶ୍ୟକ ସେବା ପାଇଁ ସ୍ୱୟଂ ଦେୟ ୫,୦୦୦ ରୁ ୧୫,୦୦୦ କୁ ବୃଦ୍ଧି ପାଇଛି।

ଏମିତି କରିପାରିବେ କ୍ରେଡିଟ୍‌ କାର୍ଡରୁ UPI ପେମେଣ୍ଟ୍‌…

କ୍ରେଡିଟ୍‌ କାର୍ଡକୁ ସ୍ୱାଇପ୍‌ ନକରି ଏଣିକି ପେମେଣ୍ଟ୍‌ କରିପାରିବେ। ହେଲେ ଏହା ପୂର୍ବରୁ ଆପଣଙ୍କୁ କ୍ରେଡିଟ୍‌ କାର୍ଡକୁ UPI ସହ ଲିଙ୍କ୍‌ କରିବା ଜରୁରୀ। ଏହାପରେ ସିଧାସଳଖ QR କୋଡ୍‌ ସ୍କାନ୍‌ କରି ପେମେଣ୍ଟ କରିପାରିବେ। ପେମେଣ୍ଟ ସମୟରେ ଆପଣଙ୍କୁ ଏକ ଅପ୍‌ସନ୍‌ ମିଳିବ। ଆପଣ କ୍ରେଡିଟ୍‌ କାର୍ଡ ନା ଡେବିଟ୍‌ କାର୍ଡରୁ ପେମେଣ୍ଟ କରିବାକୁ ଚାହୁଁଛନ୍ତି ଏଭଳି ଏକ ଅପସନ୍‌ ମିଳିବ। ଆପଣ ୟୁପିଆଇ ଆପ୍‌ରୁ ପେମେଣ୍ଟ୍‌ କଲେ ଆପଣଙ୍କ ରେଜିଷ୍ଟର ମୋବାଇଲ୍‌ ନମ୍ବରକୁ ଏକ OTP ଯିବ। OTP ଦେବା ପରେ ପେମେଣ୍ଟ ସମ୍ପୂର୍ଣ୍ଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.