ଧୀରେ ଧୀରେ ସୁସ୍ଥ ହେଉଛି ଗୁଳି ବାଜି ଯନ୍ତ୍ରଣାରେ ଛଟପଟ ହେଉଥିବା ଦନ୍ତାହାତୀ, ବନବିଭାଗର ୧୦ ଜଣିଆ ଟିମ୍ ଦିନରାତି କରୁଛନ୍ତି ସେବା
ନରସିଂପୁର(କେନ୍ୟୁଜ୍): ଗୁଳି ବାଜି ଯନ୍ତ୍ରଣାରେ ଛଟପଟ ହେଉଥିବା ଦନ୍ତାହାତୀର ଧୀରେ ଧୀରେ ସୁସ୍ଥ ହେଉଛି । ହାତୀଟି ଏବେ ଖାଇବା ଆରମ୍ଭ କରିଛି । ବନବିଭାଗ ତରଫରୁ କଦଳୀ, ବାଉଁଶ ପତ୍ର, ଆମ୍ବ, ତରଭୁଜ, ଆଖୁ ଖାଇବାକୁ ଦିଆଯିବା ସହ ଔଷଧ ମଧ୍ୟ ଦିଆଯାଉଛି । ହାତୀର ସ୍ୱାସ୍ଥ୍ୟାବସ୍ଥାରେ ୪୦ ପ୍ରତିଶତ ଉନ୍ନତି ଆସିଥିବା ଜଣାପଡ଼ିଛି । ନିସ୍ଥେଜ ଥିବା ହାତୀଟି ଏବେ ନିଜେ ନିଜେ ଗୋଡ଼ ହାତ ହଲାଇବା ସହ ଉଠିବା ପାଇଁ ଚେଷ୍ଟା ଚଳାଇଛି ।
ବନବିଭାଗର ୧୦ ଜଣିଆ ଟିମ୍ ଦିନରାତି ଉଜାଗର ରହି ହାତୀର ସ୍ୱାସ୍ଥ୍ୟାବସ୍ଥାରେ କିପରି ଉନ୍ନତି ଆସିବ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଧାୟକଙ୍କ ଟୁଇଟ୍ ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ବିଧାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବା ସହ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଉପାଧ୍ୟକ୍ଷ କହିଛନ୍ତି ।