Below header

ଫୋକସରେ ପଶ୍ଚିମ ଓଡ଼ିଶା, ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ଫୋକସରେ ପଶ୍ଚିମ ଓଡ଼ିଶା । ସମ୍ବଲପୁର ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ। ଏହା ଦ୍ବାରା ବରଗଡ଼ ଓ ଆଖପାଖ ଜିଲ୍ଲାର ଚାଷୀମାନେ ଉପକୃତ ହେବେ।

ସମ୍ବଲପୁର (କେନ୍ୟୁଜ) : ଫୋକସରେ ପଶ୍ଚିମ ଓଡ଼ିଶା । ସମ୍ବଲପୁର ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ। ଏହା ଦ୍ବାରା ବରଗଡ଼ ଓ ଆଖପାଖ ଜିଲ୍ଲାର ଚାଷୀମାନେ ଉପକୃତ ହେବେ। ବରଗଡ଼ରେ ୧୦୬ କୋଟି ଟଙ୍କା ବ୍ୟୟରେ ଶହେ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଲୋକାର୍ପିତ ହେବ । ପଶ୍ଚିମ ଓଡ଼ିଶାର କର୍କଟ ରୋଗୀମାନେ ଏହା ଦ୍ବାରା ବହୁ ମାତ୍ରାରେ ଉପକୃତ ହେବେ । ବିଜେପୁର ବ୍ଲକ କନାପାଲିଠାରେ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ନବୀନ। ସେପଟେ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟ ପରେ ଝଲସୁଛି ନୃସିଂହନାଥ ମନ୍ଦିର।

ଆସନ୍ତାକାଲି ପୀଠର ବିକାଶ ଓ ରୂପାନ୍ତରଣର ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୨୩ କୋଟି ଟଙ୍କାରେ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ହୋଇଛି। ପଶ୍ଚିମ ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ନୃସିଂହନାଥ ମନ୍ଦିରକୁ ଶ୍ରଦ୍ଧାଳୁ ଓ ପର୍ଯ୍ଯଟକଙ୍କ ଆହୁରି ଭିଡ଼ ଜମିବ। ଏହାଛଡ଼ା ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.