ଚାକିରି ଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ଚାକିରି ଦେବା ନାଁରେ ଠକେଇ, ୩ ଗିରଫ । ବିଶାଖାପାଟଣାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ । ଅଭିଯୁକ୍ତଙ୍କୁ ଠାରୁ ୯୨ଟି ପାସପୋର୍ଟ, ୨୦ଟି ଟୁରିଷ୍ଟ ଭିସା ଜବତ ହୋଇଛି । କେନିଆରେ ଚାକିରି କରାଇଦେବାକୁ କହି ଖଲ୍ଲିକୋଟ ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣଙ୍କ ଠାରୁ ପାସପୋର୍ଟ ସହ ୯ ଲକ୍ଷ ୭୦ ହଜାର ଟଙ୍କା ଲୁଟିଥିଲେ ଅଭିଯୁକ୍ତ ।

ବ୍ରହ୍ମପୁର (କେନ୍ୟୁଜ) : ଚାକିରି ଦେବା ନାଁରେ ଠକେଇ, ୩ ଗିରଫ । ବିଶାଖାପାଟଣାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ । ଅଭିଯୁକ୍ତଙ୍କୁ ଠାରୁ ୯୨ଟି ପାସପୋର୍ଟ, ୨୦ଟି ଟୁରିଷ୍ଟ ଭିସା ଜବତ ହୋଇଛି । କେନିଆରେ ଚାକିରି କରାଇଦେବାକୁ କହି ଖଲ୍ଲିକୋଟ ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣଙ୍କ ଠାରୁ ପାସପୋର୍ଟ ସହ ୯ ଲକ୍ଷ ୭୦ ହଜାର ଟଙ୍କା ଲୁଟିଥିଲେ ଅଭିଯୁକ୍ତ । କେନିଆର ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରାଇଦେବା ସହ ମାସକୁ ୫୦ ହଜାର ଟଙ୍କା ଲୋଭ ଦେଖାଇଥିଲେ । ପରବର୍ତ୍ତୀ ସମୟରେ ନିଯୁକ୍ତି ଭିସା ପରିବର୍ତ୍ତେ ଟୁରିଷ୍ଟ ଭିସା ପ୍ରଦାନ କରିଥିଲେ ଅଭିଯୁକ୍ତ । ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ । ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସି.ଏଚ.ମୋହନ ରେଡ଼ିଙ୍କ ସମେତ ତିନି ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଅନ୍ୟ କୌଣସି ମାମଲା ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଛି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.