ବଦଳୁଛି ରୂପରେଖ, ଯାଜପୁର ସହରର ମୁଖଶାଳା ହେବ ମାଳଆନନ୍ଦପୁର : ପ୍ରଣବ ପ୍ରକାଶ

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଯାଜପୁର ଅଞ୍ଚଳରେ ହେବାକୁ ଥିବା ପ୍ରକଳ୍ପ ଯୋଗୁଁ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ।

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଯାଜପୁର ସହରର ମୁଖଶାଳା ପାଲଟିବ ମାଳଆନନ୍ଦପୁର । ବ୍ରଜନଗର ଆଦି ଅଞ୍ଚଳର ରୂପରେଖ ବଦଳି ଯିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ହେବାକୁ ଥିବା ପ୍ରକଳ୍ପ ଯୋଗୁଁ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବହୁ ବଡ଼ ବଡ଼ ଶିଳ୍ପ ଗଢ଼ି ଉଠିବା ସହ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ..ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତ ବ୍ରଜନଗରରେ ଚାଲିଥିବା ଯୁବ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ପ୍ରଣବ ପ୍ରକାଶ ଏଭଳି ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ବିକାଶକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି ବୋଲି କହିଥିଲେ।

ଏହି ଅଂଚଳର ସାମାଜିକ,ଶୈକ୍ଷିକ ଓ ଅର୍ଥନୈତିକ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାର ସଂପୂର୍ଣ୍ଣ ରୂପରେଖ ଅଳ୍ପ କିଛି ଦିନ ମଧ୍ୟରେ ସମସ୍ତେ ଦେଖିବାକୁ ପାଇବେ ବୋଲି ମଧ୍ୟ କହିଥିଲେ ପ୍ରଣବ ପ୍ରକାଶ। ରାଜ୍ୟ ଯୁବ ବିଜେଡି ସମ୍ପାଦକ ସୌମ୍ୟରଂଜନ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା, ସ୍ଥାନୀୟ ସରପଞ୍ଚ ପର୍ଶୁରାମ ଦଲାଇ, କୋରେଇ ପୂର୍ବତନ ବ୍ଲକ ଅଧକ୍ଷ ଭିକାରୀ ବରାଳଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଜେଡି ନେତୃତ୍ବ ସାମିଲ ହୋଇଥିଲେ।

ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ଆଗଧାଡ଼ିର କଳାକାରମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.