ରାଣୀ ଭାବେ ସିଂହାସନରେ ନଜର ଆସିଲେ ଅଙ୍କିତା ଲୋଖଣ୍ଡେଙ୍କ ଶାଶୁ, ଭାଇରାଲ ହେଲା ଲୁକ୍

ଭାଇରାଲ୍ ଭିଡିଓରେ ବିଗ୍ ବସ୍ ୧୭ ପ୍ରତିଯୋଗୀ ବିକି ଜୈନଙ୍କ ମା’ ରଂଜନ ଜୈନ ସିଂହାସନରେ ବସିଥିବାର ନଜର ଆସିଛନ୍ତି । ସେଥିରେ ବିକିଙ୍କ ମା ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏହା ସହ ଭାରି ଅଳଙ୍କାର ସେଟ୍ ମଧ୍ୟ ଲଗାଇଛନ୍ତି । ଏହି ଲୁକରେ ଅଙ୍କିତା ଲୋଖଣ୍ଡେଙ୍କ ଶାଶୁ ରାଣୀ ପରି ଦେଖାଯାଉଛନ୍ତି ।

ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ବିକି ଜୈନ ରିଆଲିଟି ସୋ ବିଗ୍ ବସ୍ ୧୭ ର ଏକ ଅଂଶ ହୋଇଥିଲେ । ସୋ ରେ ଏହି ଦମ୍ପତି ଲାଇମଲାଇଟରେ ରହିଥିଲେ । ସେହି ସମୟରେ ଅଙ୍କିତା ଲୋଖଣ୍ଡେଙ୍କ ଶାଶୁ ରଂଜନ ଜୈନଙ୍କୁ ବିଗ୍ ବସ୍ ଘରେ ମଧ୍ୟ ଦେଖିବାକୁ ମିଳିଥିଲା । ସେହି ସମୟର କିଛି କଥା ଯୋଗୁଁ ଅଙ୍କିତାଙ୍କ ଶାଶୁ ହେଡଲାଇନରେ ରହିଥିଲେ । ଅଭିନେତ୍ରୀଙ୍କ ଶାଶୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ମଧ୍ୟ ବିକି ଜୈନଙ୍କ ମା’ଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରଂଜନ ଜୈନ ସିଂହାସନରେ ବସିଛନ୍ତି । ଏହି ଭିଡିଓଟି ଇଷ୍ଟାଗ୍ରାମ୍‌ ଆକାଉଣ୍ଟ pushpanjali_sngh_08ରେ ଦେଖିବାକୁ ମିଳିଥିଲା ।

ଅଙ୍କିତା ଲୋଖଣ୍ଡେଙ୍କ ଶାଶୁ ବିଗ୍ ବସ୍ ପରେ ମଧ୍ୟ ହେଡଲାଇନରେ ରହିଛନ୍ତି । ବିକିଙ୍କ ମା’ ରଂଜନ ଜୈନଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରଂଜନ ଜୈନ ବହୁତ ଭଲ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ରଂଜନ ଜୈନଙ୍କ ଏହି ଭିଡିଓ ଏକ ବିବାହ ସମାରୋହର ବୋଲି ଜଣାପଡୁଛି । ତେବେ ବିବାହ ମଞ୍ଚରେ ରଖାଯାଇଥିବା ସୋଫାରେ ରଂଜନ ଜୈନ ବସିଛନ୍ତି ।

ଭାଇରାଲ୍ ଭିଡିଓରେ ବିଗ୍ ବସ୍ ୧୭ ପ୍ରତିଯୋଗୀ ବିକି ଜୈନଙ୍କ ମା’ ରଂଜନ ଜୈନ ସିଂହାସନରେ ବସିଥିବାର ନଜର ଆସିଛନ୍ତି । ସେଥିରେ ବିକିଙ୍କ ମା ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏହା ସହ ଭାରି ଅଳଙ୍କାର ସେଟ୍ ମଧ୍ୟ ଲଗାଇଛନ୍ତି । ଏହି ଲୁକରେ ଅଙ୍କିତା ଲୋଖଣ୍ଡେଙ୍କ ଶାଶୁ ରାଣୀ ପରି ଦେଖାଯାଉଛନ୍ତି ।

ବିଗ୍ ବସ୍ ୧୭ ରେ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନଙ୍କ ମଧ୍ୟରେ ଭଲ ପାଇବା ସହ ଝଗଡା ମଧ୍ୟ ଦେଖିବାକୁ ମିଳିଥିଲା । ସେହି ସମୟରେ ବିକି ଜୈନଙ୍କ ମା ବିଗ୍ ବସ୍ ଘରକୁ ଆସିଥିଲେ । ତେବେ ଭିକିଙ୍କ ମା ତାଙ୍କ ବୋହୂ ଅଙ୍କିତାଙ୍କ ବିଷୟରେ ବିଭିନ୍ନ ପ୍ରକାରର କଥା କହିଥିଲେ । ତେବେ ବିକିଙ୍କ ମା କହିଥିଲେ ଯେ ‘ଆମେ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତ ନଥିଲୁ’ ‘ବିକି ନିଜ ଇଚ୍ଛା ଅନୁଯାୟୀ ବିବାହ କରିଛି’ ସେ ନିଜ ସମ୍ପର୍କକୁ ଠିକ୍‌ ଭାବେ ରଖିବା ଉଚିତ୍ । ଏହି କଥା ବାହାରକୁ ଆସିବା ପାରେ ଅଙ୍କିତା ଏବଂ ତାଙ୍କ ଶାଶୁଙ୍କ ସମ୍ପର୍କ ହେଡଲାଇନରେ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.