Below header

ଚିକିଟି ଯୁବରାଜ ବଢାଇଲେ ପ୍ରବାସୀ ଓଡିଆଙ୍କୁ ସହାୟତାର ହାତ

ବ୍ରହ୍ମପୁର (କେନ୍ୟୁଜ୍): ଆନ୍ଧ୍ର-ଓଡିଶା ସୀମାନ୍ତ ଗିରିସୋଲା ଠାରେ ଚିକିଟି ଯୁବରାଜ ରୁପ ଦେଓ ଙ୍କ ଉଦ୍ୟମ ରେ ଆଜି ବସ୍ ଯୋଗେ ଆସୁଥିବା ପ୍ରବାସୀ ଓଡିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରାୟ ଆଠଶହ ପ୍ରବାସୀ ମାନଙ୍କୁ ଖାଇବାକୁ ଦିଆଯିବା ସହ ମାସ୍କ ଓ ସେନିଟାଇଜର  ବଣ୍ଟନ କରାଯାଇଥିଲା ।

ଏହା ସହ ଯେଉଁ ମାନେ ଆସିଛନ୍ତି  ସେମାନେ ନିଜ ଅଞ୍ଚଳ ରେ ପହଞ୍ଚିବା ପରେ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ କୋରେଣ୍ଟାଇନ୍ ସେଣ୍ଟର ରେ ରହିବା ସହ ଏହି ପରିସ୍ଥିତିରେ ନିଜକୁ ପରିସ୍ଥିତି ସହ ଆଡଜଷ୍ଟ୍ ହେବାକୁ ଅନୁରୋଧ କରିଥିଲେ ଯୁବରାଜ । ଏହି ରାସ୍ତା ରେ ଅନ୍ୟ ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ  ଗିରିସୋଲା, ସୋରଳ, ଝାଟିପଦର ଓ ଚିକିଟି ର ବହୁ ସ୍ବେଚ୍ଛାସେବୀ ଖାଦ୍ୟ ଓ ପାଣି ଯୋଗାଣରେ  ସାମିଲ୍ ହୋଇଥିବା କହିଛନ୍ତି ସମାଜସେବୀ ବି,କୃଷ୍ଣ ମୂର୍ତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.