ବିମାନରେ ଯାତ୍ରୀଙ୍କୁ ଦିଆଯିବ ନାହିଁ ମିଲ୍‌ , ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଗାଇଡଲାଇନ

କେନ୍ୟୁଜ୍ (ବ୍ୟୁରୋ): କରୋନାକୁ ନେଇ ସୁରକ୍ଷିତ ଯାତ୍ରା ପାଇଁ ଯାତ୍ରୀ, ଏୟାର ଲାଇନ୍‌ସ, ଏୟାରପୋର୍ଟ ଅପରେଟରଙ୍କ ପାଇଁ ଗାଇଡଲାଇନ ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ସେହି ସର୍ତ୍ତଗୁଡିକ ହେଲା :-

୧-ଏୟାରପୋର୍ଟ କାଉଣ୍ଟରରେ ଯାତ୍ରୀମାନେ ନିଜେ ଚେକ ଇନ କରିପାରିବେ ନାହିଁ ,ସେମାନଙ୍କୁ ୱେବ ଚେକ୍‌ ଇନ କରିବାକୁ ପଡ଼ିବ

୨- ବିମାନରେ ସେମାନଙ୍କୁ ମିଲ୍‌ ଦିଆଯିବ ନାହିଁ

୩-ଖବରକାଗଜ କିମ୍ବା ମ୍ୟାଗାଜିନ ମଧ୍ୟ ପ୍ରଦାନ କରାଯିବ ନାହିଁ

୪- ଯାତ୍ରୀମାନେ ଟ୍ରଲିରେ ଯଥାସମ୍ଭବ କମ୍‌ ଜିନିଷପତ୍ର ନେବେ

୫- ଯାତ୍ରୀମାନେ କେବଳ ଗୋଟିଏ ଚେକ ଇନ ବ୍ୟାଗ ନେଇପାରିବେ ।

air line passenger

୬-ବିମାନ ଉଡାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ ।

୭-ନିଜ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଯାତ୍ରୀମାନଙ୍କୁ ଆରୋଗ୍ୟ ସେତୁ ଆପ୍‌ କିମ୍ବା ସ୍ୱ ଘୋଷଣାନାମା ଫର୍ମରେ ବିସ୍ତତ ତଥ୍ୟ ଦେବାକୁ ପଡ଼ିବ । ଯେଉଁଥିରେ ଉଲ୍ଲେଖ କରିବେ କି ତାଙ୍କର ଜ୍ୱର, କଫ କିମ୍ବା ଶ୍ୱାସ ଜନିତ ସମସ୍ୟା ନାହିଁ । ଗତ ଦୁଇ ମାସ ଭିତରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ବାହାରିନି । ଦରକାର ପଡ଼ିଲେ ଏୟାରଲାଇନ କର୍ତ୍ତୃପକ୍ଷଙ୍କୁ ମୋବାଇଲ ଫୋନ ନମ୍ବର ପ୍ରଦାନ କରିବେ । ଯଦି କୌଣସି ସର୍ତ୍ତ ଖିଲାପ କରନ୍ତି ତେବେ ଫୌଜଦାରୀ ମକଦ୍ଦମା କରାଯିବ ।

Leave A Reply

Your email address will not be published.