ମହାରାଷ୍ଟ୍ର : ପାଲ୍ଘର ପରେ ନାନ୍ଦେଡ଼ରେ ଦୁଇ ସାଧୁଙ୍କୁ ହତ୍ୟା, ଜଣେ ଅପରାଧୀ ଗିରଫ

ନାନ୍ଦେଡ଼ : ପାଲ୍ଘର ଠାରେ ଜଣେ ସାଧୁଙ୍କୁ ହତ୍ୟା କରାଯିବାର କିଛି ଦିନ ପରେ ମହାରାଷ୍ଟ୍ର ନାନ୍ଦେଡ଼ର ଉମ୍ରି ତାଲୁକାରେ ପୁଣି ଦୁଇ ଜଣ ସାଧୁଙ୍କୁ ହତ୍ୟା କରାଯାଇଛି । ଅପରାଧୀ ଆଶ୍ରମ ଭିତରେ ପଶି ଦୁଇ ଜଣ ସାଧୁଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା । ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀକୁ ଗିରଫ କରିଛି ।
ମୃତ ସାଧୁ ଦ୍ୱୟ ହେଲେ ବାଲ୍ ବ୍ରହ୍ମଚାରୀ ଶିବାଚାର୍ଯ୍ୟ ଓ ଭଗବାନ ସିନ୍ଧେ । ଅପରାଧୀ ମଠରୁ ୭୦ ହଜାର ଟଙ୍କା, ଗୋଟିଏ ଲାପ୍ଟପ୍ ଓ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମୂଲ୍ୟବାନ ଜିନିଷପତ୍ର ଚୋରି କରିନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ତେଣୁ ଅପରାଧୀ ଚୋରି କରିବା ଉଦ୍ଦେଶ୍ୟରେ ଆସିଥାଇ ପାରେ ବୋଲି ପୋଲିସ ସନ୍ଦେହ କରିଛି । ଅପରାଧୀକୁ ଧରିବବା ପାଇଁ ଏସ୍ ପି ଏକ ପୋଲିସ ଟିମ୍ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣେ ସନ୍ଧିଗ୍ଧକୁ ଗିରଫ କରିଛି ।
ଗିରଫ ଅପରାଧୀ ସାଇନାଥ ଲଙ୍ଗୋଟି ବୋଲି ଜଣାପଡ଼ିଛି । ସାଇନାଥ ସାଧୁଙ୍କର ଜଣେ ଭକ୍ତ ଥିବା ଜଣାଯାଇଛି । ଚୋରୀ ଉଦ୍ଦେଶ୍ୟରେ ଆସି ସାଧୁଙ୍କୁ ହତ୍ୟା କରିଛି ବୋଲି ପୋଲିସ ପ୍ରକାଶ କରିଛି । ସାଇନାଥ ଠାରୁ ୭୦ ହଜାର ଟଙ୍କା ସହ ଲାପ୍ଟପ ପୋଲିସ ଜବତ କରିଛି ।
ସାଇନାଥ ନାମରେ ଆଖପାଖ ଥାନାରେ ଯୈାନ ଅପରାଧୀକ ମାମଲା ଥିବା ଜଣାଯାଇଛି । ପୋଲିସ ସାଇନାଥକୁ ତେଲେଙ୍ଗାନା ସୀମା ପାଖରୁ ଗିରଫ କରିବା ପରେ ହତ୍ୟା ଘଟଣାର ପର୍ଦ୍ଦା ଫାଶ୍ ହୋଇଛି ।