ଛତ୍ରପୁର(କେ.ନ୍ୟୁଜ): ଟ୍ରେନର ଚେନ ଟାଣି ଟ୍ରେନରୁ ଓହ୍ଳାଇଲେ ପ୍ରବାସୀ ଓଡିଆ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ ଠାରେ ଟ୍ରେନର ଚେନ ଟାଣିଛନ୍ତି ପ୍ରବାସୀ ଓଡିଆ। ଟ୍ରେନ ରହିବା ପରେ ଶତାଧିକ ପ୍ରବାସୀ ଓଡିଆମାନେ ଟ୍ରେନରୁ ଓହ୍ଳାଇ କେଉଁ ଆଡେ ପଳାଇଥିଲେ। ସ୍ଥାନୀୟ ଲୋକେ ଏ ନେଇ ଜାଣିବା ପରେ ଛତ୍ରପୁର ବିଡିଓ, ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ କାବୁ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କିଛି ପ୍ରବାସୀ ଓଡିଆ କେଉଁ ଆଡେ ଚାଲି ଯାଇଥିବା ସୂଚନା ମିଳିଛି।