ମଣିଷ ଉପରେ ଚୀନ୍ କଲା ପ୍ରଥମ କୋଭିଡ଼୍‍-୧୯ ଟୀକାର ଫଳପ୍ରଦ ପରୀକ୍ଷଣ , କରୋନାକୁ କରିପାରୁଛି ପ୍ରତିହତ

ବେଇଜିଂ : ବିଶ୍ୱରେ କରୋନା ମହାମାରୀ ଆରମ୍ଭ କରିଥିବା ଦେଶ ଚୀନ୍‌ କରୋନା ଭାଇରସ୍‌ ଟୀକା ବାହାର କରିବାରେ ସଫଳ ହୋଇଛି । ଚୀନ୍‌ ବେଇଜିଂ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଟେକ୍‌ନୋଲୋଜିର ଗବେଷକମାନେ ଏହା ଦାବି କରିଛନ୍ତି ।

ଚୀନ୍‌ର ମାନବ ଉପରେ ଏହି ପ୍ରଥମ ପରୀକ୍ଷଣ ସୁରକ୍ଷିତ ଓ ଫଳପ୍ରଦ ହୋଇଛି ବୋଲି ଚୀନ୍‌ ଗବେଷକ ଦାବି କରିଛନ୍ତି । ଗବେଷକମାନେ ୧୦୮ ଜଣଙ୍କ ଉପରେ ଏହି ଟୀକା ପ୍ରୟୋଗ କରିଥିଲେ । ୧୮ ରୁ ୬୦ ବର୍ଷ ବୟସର ଏହି ଲୋକଙ୍କ ଉପରେ ବିଭିନ୍ନ ଡୋଜ୍‌ର ଟୀକା ଦେଇଥିଲେ ।

covid-vaccine-0

ଏହି ଟୀକା ଭାଇରସ୍‌ ପ୍ରତିରୋଧି ଆଣ୍ଟିବଡ଼ି ଓ ଟି ସେଲ୍‌ ସୃଷ୍ଟି କରି ୧୪ ଦିନ ମଧ୍ୟରେ କୋଭିଡ଼୍‍-୧୯ ଭାଇରସ୍‌ ଉପରେ ପ୍ରଭାବ ପକାଇ ପାରିଥିବା ଦେଖାଯାଇଥିଲା । ଟୀକା ନେବାର ୨୮ ଦିନ ମଧ୍ୟରେ କୈାଣସି ବ୍ୟକ୍ତିଙ୍କ ଉପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା ।

ଲୋ ଓ ମିଡିଲ୍‌ ଡୋଜ୍‌ ର ଟୀକା ନେଇଥିବା ୮୩ ପ୍ରତିଶତ ଲୋକଙ୍କ ଠାରେ ମଧ୍ୟମ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା । ସେହିପରି ହାଇ ଡୋଜ୍‌ ଟୀକା ନେଇଥିବା ୭୩ ପ୍ରତିଶତ ଲୋକଙ୍କ ଠାରେ ୭ ଦିନ ମଧ୍ୟରେ ମାତ୍ର ଗୋଟିଏ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ହେଲେ ଦୁଇ ସପ୍ତାହ ବା ୧୪ ଦିନ ମଧ୍ୟରେ ଟୀକା ଭଲ ପ୍ରଭାବ ପକାଇ ଥିବା ବେଳେ ୨୮ ଦିନ ପରେ ଆଣ୍ଟିବଡିର ମାତ୍ରା ୪ ଗୁଣ ବୃଦ୍ଧି ପାଇଥିବା ଦେଖାଯାଇଥିଲା । ପ୍ରଥମ ପରୀକ୍ଷଣର ଫଳାଫଳ ସଫଳ ହୋଇଥିବାରୁ ଗବେଷକମାନେ ଏହି ଟୀକାକୁ ନେଇ ବହୁତ ଆଶାବାଦୀ ଅଛନ୍ତି । ତେବେ ଏହା ଉପରେ ଅଧିକ ଗବେଷଣା କରିବାକୁ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.