Below header

ଭଦ୍ରକ: ଶିଶୁ ମୃତ୍ୟୁକୁ ନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା, ଘଟଣାସ୍ଥଳରେ ପୋଲିସ ପହଁଞ୍ଚି କଲା ବୁଝାସୁଝା

ବାସୁଦେବପୁର: ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ନରସିଂହପୁର ପଂଚାୟତରେ ନିରଞ୍ଜନ ବେହେରାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ପଙ୍କଜ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେବାରୁ ତାକୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅପରାହ୍ନରେ ପୁଣି ଥରେ ପଙ୍କଜକୁ ଡାକ୍ତରଖାନାକୁ ଅଣାଯାଇଥିଲା। ଶିଶୁ ପୁତ୍ରର ଅବସ୍ଥା ଗୁରୁତର ହୋଇପଡିଥିଲା। ଶେଷରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ହୋହଲ୍ଲା ସହ ଡାକ୍ତରଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ବାସୁଦେବପୁର ପୋଲିସ ପହଁଞ୍ଚି ବୁଝାସୁଝା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.