Below header

ଷ୍ଟାଇଲିସ ଡୁଆଲ ସ୍କ୍ରିନ ସହ ବିଶ୍ୱ ବଜାରରେ ଲଞ୍ଚ ହେଲା LG V60 ThinQ 5G, ଜାଣନ୍ତୁ କଣ ରହିଛି ଦର

ବିଶ୍ୱର ଅନ୍ୟତମ ଇଲେକ୍ଟ୍ରୋନିକସ କମ୍ପାନୀ ଏଲଜି ନିଜ ସିରିଜର ସେଟକୁ ବିଶ୍ୱ ବଜାରରେ ଲଞ୍ଚ କରିଛି । ୟୁଜର୍ସଙ୍କୁ ଏହି ସ୍ମାର୍ଟ ଫୋନରେ ଡୁଆଲ ସ୍କ୍ରିନ, ଦମଦାର ବ୍ୟାଟେରୀ, ଲାଟେଷ୍ଟ ପ୍ରୋସେସ ସମେତ ଉନ୍ନତ ମାନର ବ୍ୟାଟେରୀ ସୁବିଧା ବି ମିଳିପାରିବ । ଏହା ପୂର୍ବରୁ କମ୍ପାନୀ ନିଜ ସିରିଜର  LG V50 ThinQ 5G କୁ ବଜାରରେ ଲଞ୍ଚ କରିଥିଲା ।

ତେବେ ଆସନ୍ତୁ କଣ ରହିଛି ଏହାର ସ୍ପେସିଫିକସନ:

କଣ ରହିଛି ଦର:

କମ୍ପାନୀ ତରଫରୁ ଏହି ଲାଟେଷ୍ଟ ସ୍ମାର୍ଟଫୋନର ପ୍ରକୃତ ମୂଲ୍ୟ ବିଷୟରେ କୌଣସି ପ୍ରକାରର ଖୁଲାସା କରାଯାଇନାହିଁ । ପ୍ରିମିୟମ ରେଞ୍ଜରେ କମ୍ପାନୀ ଏହାର ଦର ସ୍ଥିର ରଖିବ ବୋଲି ଆଶା କରାଯାଉଛି । କ୍ଲାସି ବ୍ଲୁ ଓ ହ୍ୱାଇଟ କଲର ଭଳି ଦୁଇଟି ଭେରିୟାଣ୍ଟରେ ଏହାକୁ ବଜାରରେ ପ୍ରବେଶ କରାଇଛି ।
ଏଲଜି ଏହି ଫୋନରେ ଡିଟେଚିବଲ ଡୁଆଲ ସ୍କ୍ରିନ ସୁବିଧା ଦେଇଥିବା ବେଳେ ଗୋଟିକରେ ୬.୮ ଇଞ୍ଚର ଏଚଡ଼ି ଡିଷ୍ପ୍ଲେ ଓ ଦ୍ଵିତୀୟରେ ୨.୧ ଇଞ୍ଚର ମନକ୍ରମିକ କବର ଡିଷ୍ପ୍ଲେ ସୁବିଧା ଥିବା ଜଣାଯାଇଛି ।

lg

ଦ୍ଵିତୀୟ ଡିଷ୍ପ୍ଲେ ଟିରେ ୟୁଜରଙ୍କୁ ନୋଟିଫିକେସନ ସହ ସମୟ ବିଷୟରେ ଜଣା ପଡ଼ିପାରିବ । ଭଲ ପରଫରମାନ୍ସ ପାଇଁ ଏଥିରେ କ୍ଵଲକମ ସ୍ନାପଡ୍ରାଗନ ୮୬୫ ଏସଓସି ସହ ୮ ଜିବି ରାମ ଓ ୩୫୬ ଜିବି ଷ୍ଟୋରେଜର ସପୋର୍ଟ ମିଳିପାରିବ । ଏହି ଫୋନଟି ଆଣ୍ଡ୍ରଏଡ଼ ୧୦ ଅପରେଟିଙ୍ଗ ସିଷ୍ଟମ ସହ କାମ କରୁଥିବା ଜଣାଯାଇଛି ।

 କଣ ରହିଛି କ୍ୟାମେରା ସୁବିଧା:

କମ୍ପାନୀ ତରଫରୁ ଏହି ଫୋନରେ ଟ୍ରିପଲ ରିୟାର କ୍ୟାମେରା ସେଟଅପ ସହ ୬୪ ମେଗାପିକସାଲର ପ୍ରାଇମେରୀ ସେନ୍ସର, ୧୩ ମେଗାପିକସାଲର ସୁପର ବୁଆଇଣ୍ଡ ଅଂଗଲ ସେନ୍ସର ଓ ଟାଇମ ଅଫ ଲାଇଟ ସେନ୍ସର ବି ମହଜୂତ ଅଛି । ଏହାବାଦ ୟୁଜରଙ୍କୁ ୧୦ ମେଗାପିକସାଲ କ୍ୟାମେରାର ସୁବିଧା ମିଳିପାରିବ ।

lg

କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ ୫ ଜି, ଏଲଟିଇ, ୱାଇ-ଫାଇ, ବ୍ଲୁ ଟୁଥ ୫.୧, ଏନଏଫସି, ୟୁଏସବି ଟାଇପ -ସି ସହ ୩.୫ ଏମଏଚ ଅଡିଓ ଜାକ ଭଳି ମଡର୍ଣ୍ଣ ଫିଚର ବି ଉପଲବ୍ଧ ହୋଇପାରିବ । ଏସବୁ ବାଦ ଏହି ଫୋନରେ ୫,୦୦୦ ଏମଏଏଚର ବ୍ୟାଟେରୀ ସୁବିଧା ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.