ଆଉ ବଢ଼ିବ ନାହିଁ ଡେଡଲାଇନ୍‌, କାଲିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ

ଭୁବନେଶ୍ବର: ପୂରିଲା ମହଲତ । କାଲିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ । ନୂଆ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟକୁ କଡାକଡି କରାଯିବ । ଆଉ ବଢ଼ିବ ନାହିଁ ଡେଡଲାଇନ୍‌ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଫଳରେ ନିୟମ ଉଂଲଘନକାରୀଙ୍କୁ ମାର୍ଚ୍ଚ ୧ ତାରିଖ ପରେ ଆଉ ନିସ୍ତାର ମିଳିବ ନାହିଁ । ପରିବହନ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସଡକ ଦୁର୍ଘଟଣା ୫୦ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକାଂଶ ଲୋକ କାଗଜପତ୍ର କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.