ମୟୂରଭଞ୍ଜରେ ନିଆରା ବିବାହ: ରିଷ୍ଟ ଖଣ୍ଡନ ପାଇଁ ଛୁଆମାନଙ୍କୁ କୁକୁର ସହ କରାଯାଉଛି ବାହାଘର
ମୟୂରଭଞ୍ଜ: ନିଆରା ବାହାଘର । ରିଷ୍ଟ ଖଣ୍ଡନ ପାଇଁ ଛୁଆମାନଙ୍କୁ କୁକୁର ସହ ବାହାଘର କରାଯାଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବାରିଆ ଗାଁରେ। ଆଦିବାସୀଙ୍କ ବିଶ୍ୱାସ ରହିଛି ଛୁଆ ଜନ୍ମ ହେଲା ପରେ ପ୍ରଥମ ଦାନ୍ତ ଉପରେ ବାହାରିଲେ ଅଶୁଭ ହୁଏ। ପ୍ରଥମେ ବର ବେଶରେ ଛୋଟ ଛୁଆକୁ ସଜେଇ କରି ଗାଁ ଭ୍ରମଣ କରାନ୍ତି। ଏପରି ଗୋଟିଏ ଦିନରେ ବାରିଆ ଗାଁରେ ୩ଟି ବାହାଘର ହୋଇଥିଲା। ବାହା ଘର ପରେ ନାଚଗୀତର ଆୟୋଜନ କରାଯାଇଥିଲା। ଏହି ବାହାଘରରେ ସୁକୃଲି ବ୍ଲକ ଅଧ୍ୟକ୍ଷ ମଧ୍ୟ ସାମିଲ ହୋ ଇଥିଲେ।