Below header

ଭୁବନେଶ୍ୱରରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ନିର୍ମିତ ହୋଇଛି ସଂଗ୍ରହାଳୟ

ଭୁବନେଶ୍ବର: ଉଦଘାଟିତ ହେଲା ଗାନ୍ଧୀ ଶାନ୍ତି କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଖଣ୍ଡଗିରିଠାରେ ୫ ଏକର ଜାଗାରେ ନିର୍ମିତ ଏହି କେନ୍ଦ୍ରରେ ଗାନ୍ଧୀ ସଂଗ୍ରହାଳୟ ସହ ୬ଟି ଗ୍ୟାଲେରୀ ଖୋଲିବ । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗାନ୍ଧୀ ଶାନ୍ତି କେନ୍ଦ୍ର ପ୍ରତିଷ୍ଠା ହୋଇଛି । ମହାତ୍ମା ଗାନ୍ଧୀଙ୍କ ସ୍ମୃତିକୁ ଉଦ୍‌ଯିବୀତ କରିବା ତଥା ଆଜିର ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ସଂପର୍କରେ ଜଣାଇବା ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଗାନ୍ଧୀ ଶାନ୍ତି କେନ୍ଦ୍ର ।

ଗାନ୍ଧୀଜୀ ବ୍ୟବହାର କରୁଥିବା ସାମଗ୍ରୀକୁ ଦେଖିବାକୁ ପାଇବେ ଯୁବପିଢି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସ୍ଥାପିତ ସଂଗ୍ରହାଳୟଟି ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଭାଷାରେ ମହାତ୍ମା ଗାନ୍ଧୀଙ୍କ କାହାଣୀ ଶୁଣାଇବ । ଶାନ୍ତି କେନ୍ଦ୍ରର ଭିତରକୁ ଯାଉ ଯାଉ କେନ୍ଦ୍ରର ମଧ୍ୟ ସ୍ଥଳରେ ରହିଛି ଅହିଂସା ସ୍ତମ୍ଭ, ତାସହ ଅହିଂସା ସ୍ତମ୍ଭର ପଛକୁ ମହାତ୍ମା ବାରିଷ୍ଟର ଦ ମହାତ୍ମା ଓ ବାପୁ ଭଳି ୩ଟି ପିତ୍ତଳ ପ୍ରତିମୂର୍ତି ଶୋଭା ପାଉଛି । ହେ ରାମ ଲେଖାଥିବା ଜଳ ଫୁଆର, ଗାନ୍ଧିଜୀଙ୍କ ଖବରକାଗଜ ଛପା ମେସିନ ଆଦି ଗ୍ୟାଲେରିର ମୂଖ୍ୟ ଆକର୍ଷଣ ରହିବ । ୨୦୧୩ ମସିହାରେ ରାଜ୍ୟ ସରକାର ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌ ସହ ଗାନ୍ଧୀ ସ୍ମୃତି କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.