Below header

ମାଲକାନଗିରିରେ କରୋନାକୁ ନେଇ ଅନ୍ଧବିଶ୍ବାସ: ଭାଇରସରୁ ରକ୍ଷା ପାଇବା ପାଇଁ ଛୁଆକୁ ପିଇବାକୁ ଦିଆଯାଉଛି ସଲପ ରସ

ମାଲକାନଗିରି: ଲମ୍ବା ଧାଡି କରି ବସିଛନ୍ତି ୫୦ରୁ ଉର୍ଦ୍ଧ ପିଲା । ଏମାନଙ୍କ ବୟସ ପାଖାପାଖି ୧୦ ରୁ ୧୨ ବର୍ଷ ଭିତରେ ହେବ । ନା ଅଛି ଏମାନଙ୍କ ମୁହଁରେ ମାସ୍କ ନା ମାନୁଛନ୍ତି ସାମାଜିକ ଦୂରତ୍ବ। ସମସ୍ତେ ହାତରେ ଗୋଟେ ଲେଖାଏଁ ପତ୍ର ଧରି ବସିଛନ୍ତି । ଆଗରେ ଥୁଆ ହୋଇଛି ମାଠିଆ । ମାଠିଆରେ ରହିଛି ସଲପ ରସ । ଯାହା ଏକ ପ୍ରକାରର ମଦ । ଏହି ମଦକୁ ପିଇବା ପାଇଁ ବସିଛନ୍ତି ଏହି ସବୁ ଛୋଟ ପିଲା । ଘରର ମୁରବି ମାନେ କୁଆଡେ କରୋନା ନ ହେବା ପାଇଁ ସେମାନଙ୍କ ପିଲାଙ୍କୁ ଏହି ସଲପକୁ ପିଇବାକୁ ଦେଉଛନ୍ତି । ଉଡା ଏବଂ ଅନ୍ଧବିଶ୍ବାସ କଥାକୁ ଶୁଣି ଏଭଳି ଅକଥନୀୟ କାର୍ଯ୍ଯ କରୁଛନ୍ତି ମାଲଗିରି ଜିଲ୍ଲା ପଡିଆ ବ୍ଳକ୍ ଅନ୍ତର୍ଗତ ପାର୍ସନପଲ୍ଲୀ ଗାଁ ଲୋକେ ।

ସାରା ବିଶ୍ବରରେ ବର୍ତ୍ତମାନ ଆତଙ୍କ ଖୋଳାଇଛି କରୋନା । ହୁହୁ ହୋଇ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ଯା । ପ୍ରତିଦିନ ହଜାର ହଜାର ସଂଖ୍ଯାକ ଜୀବନ ଯିବାରେ ଲାଗିଛି । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ଓଡିଶାରେ ମଧ୍ଯ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ୩୦ଟି ଯାକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବଢିଚାଲିଛି । ଦୀର୍ଘ ୫ ମାସ ବିତିଯାଇଥିଲେ ସୁଦ୍ଧା ଆଜି ଯାଏ ଏହି ଭାଇରସକୁ ପ୍ରତିହତ କରିବା ପାଇଁ କୌଣସି ଭ୍ଯାକସିନ୍ ବାହାରିପାରି ନାହିଁ । ଆଉ ଯାହାବି ବାହାରିଛି ତାହା ଶତ ପ୍ରତିଶତ ଫଳପ୍ରଦ ହୋଇପାରିନାହିଁ ।

mkg 2ଏଭଳି ପରିସ୍ଥିତିରେ ଏତେ ଛୋଟ ଛୁଆମାନଙ୍କୁ ସଲପ ପିଆଇବା, ତାହା ପୁଣି ମହାମାରୀ ନହେବା ପାଇଁ ଏହା ମୁର୍ଖାମୀ ନୁହେଁ ତ ଆଉ କଣ । ବାରମ୍ବାର ଏଭଳି ଅନ୍ଧବିଶ୍ବାସକୁ ନେଇ ବିଭିନ୍ନ ଅଘଟଣ ଘଟିଯାଉଛି । ତଥାପି ବୁଝୁ ନାହାନ୍ତି ଲୋକେ । ଛୁଆଙ୍କୁ ସଲପ ପିଲାଇ କରୋନା ଭଲ କରିବା ପରିବର୍ତ୍ତେ ସେମାନଙ୍କ ସ୍ବାସ୍ଥ୍ଯକୁ ଆହୁରି ଖରାପ କରୁଛନ୍ତି । ଏଥିପାଇଁ ସଚେତନାର ଘୋର ଅଭାବ ରହିଥିବା କହିଲେ ଭୂଲ୍ ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.