ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର, ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ତାରିଖ ମଧ୍ୟରେ ହେବ ଆୟୋଜିତ !

ମୁମ୍ବାଇ:  ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର । ଆଇପିଏଲ୍‌ର ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୨୬ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ବିସିସିଆଇ ଏହି ୪୪ ଦିନ ମଧ୍ୟରେ ଆଇପିଏଲ୍‌-୧୩କୁ ଶେଷ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଏହି ସମ୍ଭାବ୍ୟ ତାରିଖରେ ଆନୁଷ୍ଠାନିକ ମୋହର ଲାଗିଲେ , ଚଳିତ ବର୍ଷ ଆଇପିଏଲ୍‌ ୪୪ ଦିନ ପର୍ଯ୍ୟନ୍ତ ଖେଳାଯିବ। ସେଥି ମଧ୍ୟରେ ୬୦ଟି ମ୍ୟାଚ୍‌ ଆୟୋଜିତ ହେବ। ସୋମବାର ସଂଧ୍ୟାରେ ଆଇସିସି ଚଳିତ ବର୍ଷର ଟି -୨୦ ବିଶ୍ୱକପ୍‌କୁ ସ୍ଥଗିତ କରିବା ପରେ ଆଇପିଏଲ୍‌ ଆୟୋଜନକୁ ନେଇ ଥିବା ଦ୍ବନ୍ଦ ଉପରୁ ପରଦା ଉଠିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ବସିଥିବା ବିସିସିଆଇର ସର୍ବୋଚ୍ଚ ପରିଚାଳନା ପରିଷଦ ବୈଠକରେ ଆଲୋଚନା ହୋଇଛି। ବିସିସିଆଇ ପ୍ରାରମ୍ଭିକ ଯୋଜନା କରିଥିବା ବେଳେ , ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢୁଥିବାରୁ ୟୁଏଇରେ ଆଇପିଏଲ୍‌ ୨୦୨୦ ହେବା ନେଇ ଯୋଜନା ହୋଇଛି। ୟୁଏଇ ସରକାର ଏହି ଆଇପିଏଲ୍‌ ୨୦୨୦ ଆୟୋଜନ କରିବା ପାଇଁ ଆମନ୍ତ୍ରଣ ଦେଇଛନ୍ତି।

ipl newsଭାରତୀୟ କ୍ରିକେଟ ଦଳ ନଭେମ୍ବର , ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ବେଳେ, ଏହା ପୂର୍ବରୁ ଆଇପିଏଲ୍‌ ଶେଷ କରିବାକୁ ବିସିସିଆଇ ଚାହୁଁଛି। ସେଥିପାଇଁ ସେପ୍ଟେମ୍ବର ଶେଷ ସପ୍ତାହକୁ ନଭେମ୍ବର ପ୍ରଥମ ସପ୍ତାହର ସମୟକୁ ବାଛିଥିବା ଜଣାପଡିଛି। ଆଇପିଏଲ୍‌ ଯଦି ନଭେମ୍ବର ୮ରେ ଶେଷ ହୋଇଯାଏ , ତାହା ହେଲେ ଭାରତୀୟ ଦଳ ନଭେମ୍ବର ୧୦ରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.