Below header

ରାଜ୍ୟର ୧୫ଟି ଶିକ୍ଷାନୁଷ୍ଠାନରେ ଫଳ ଶୂନ, ନୋଟିସ ଜାରି କଲେ ଉଚ୍ଚ ଶିକ୍ଷା ବିଭାଗ

ଭୂବନେଶ୍ଵର(କେ ନ୍ୟୁଜ): ରାଜ୍ୟର ୧୫ଟି ଶିକ୍ଷାନୁଷ୍ଠାନକୁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି । ଗତକାଲି ପ୍ରକାଶିତ ହୋଇଥିବା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଏହି ଅନୁଷ୍ଠାନ ଗୁଡିକର ଫଳାଫଳ ଶୁନ ଥିବାରୁ ନିର୍ଦ୍ଦେଶାଳୟ ତରଫରୁ ନୋଟିସ ଜାରି କରାଯାଇଛି । ଆଗାମୀ ୭ଦିନ ଭିତରେ ନୋଟିସର ଜବାବ ଦେବାକୁ ବିଭାଗୀୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଏହି ଅନୁଷ୍ଠାନ ଗୁଡିକରେ ଚଳିତ ବର୍ଷର ଆଡମିଶନକୁ ରଦ୍ଦ କରାଯିବା ଓ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ ରଦ୍ଦ କରିବା ଉଚିତ କି ନୁହେଁ ସେନେଇ ଜବାବ ଦେବାକୁ ନୋଟିସରେ ଦର୍ଶାଯାଇଛି ।

କହିରଖିବା ଉଚିତ ହେବକି, ଗତକାଲି ପୂର୍ବାହ୍ନ ସମୟରେ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯଦି ଜାରି ଫଳାଫଳକୁ ତର୍ଜମା କରାଯାଏକି ତେବେ ଜଣାଯିବକି, ରାଜ୍ୟର ୨୦ଟି କଲେଜର ଶତ ପ୍ରତିଶତ ପିଲା ପାସ କରିଥିବା ବେଳେ ୧୫ଟି କଲେଜରୁ କେହି ବି ପାସ କରିନାହାନ୍ତି । ୨୦୧୯-୨୦ଶିକ୍ଷାବର୍ଷରେ ନୟାଗଡ ଜିଲ୍ଲାରୁ ସର୍ବାଧିକ ପାସ ହାର ଥିବା ବେଳେ ଝାରସୁଗୁଡାର ସର୍ବନିମ୍ନ ପାସ ହାର ରହିଛି । ଏହି ବର୍ଷ ଝିଅଙ୍କ ଅପେକ୍ଷା ପୁଅଙ୍କ ରେଜଲ୍ଟ ଭଲ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.