ସୁଶାନ୍ତଙ୍କୁ ମାରିବା ପାଇଁ ଷ୍ଟନ୍‌ ଗନ୍‌ ବ୍ୟବହାର କରାଯାଇଥିବା ଦାବି କଲେ ଆମେରିକା ଡାକ୍ତର, ଦେଲେ ଏହି ପ୍ରମାଣ

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଲଗାତାର ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ଏହି ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ତଥ୍ୟ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସୁଶାନ୍ତଙ୍କ ହତ୍ୟା ଷ୍ଟନ୍‌ ଗନ୍‌ରେ କରାଯାଇଛି। ଏନେଇ ସୁଶାନ୍ତଙ୍କର ଜଣେ ଫଲୋୟର୍ସ ଟ୍ଵିଟ୍‌ କରିଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି ଷ୍ଟନ୍‌ ଗନ୍‌ର ଲକ୍ଷ୍ୟ ସୁଶାନ୍ତଙ୍କ ଶରୀରରେ ଥିବା ଦାଗ ଭଳି ହୋଇଥାଏ। ସୁବ୍ରମଣ୍ୟମ୍‌ ସ୍ୱାମୀ ମଧ୍ୟ ଏହି ଥିଓରିକୁ ସପୋର୍ଟ କରିଛନ୍ତି।

ଆମେରିକାର ଇଣ୍ଟରନ୍ୟାସନାଲ ମେଡିସିନ୍‌ରେ ପ୍ରାକ୍ଟିସ୍‌ କରୁଥିବା ଡାକ୍ତର ରାଜୁ ବାଧଓ୍ଵା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ‘ସୁଶାନ୍ତଙ୍କ ମୁହଁର ଗୋଟେ ପଟକୁ ଷ୍ଟନ୍‌ ଗନ୍‌ ବା ଇଲେକ୍ଟ୍ରିକ୍‌ ବନ୍ଧୁକରେ ପଏଣ୍ଟ ଆଉଟ୍‌ କରି ପାରାଲାଇଜଡ୍‌ କରାଯାଇଛି। ଏଣୁ ତାଙ୍କ ବାମପଟ ବେକ ପାଖରେ ପୋଡ଼ା ଦାଗ ରହିଛି। ଏଥିସହ ତାଙ୍କ ଆଖି ମଧ୍ୟ ଖୋଲା ରହିଛି। କାରଣ ଷ୍ଟନ୍‌ ଗନ୍‌ ବାଜିବା ପରେ ଆଖି ବନ୍ଦ ହିଁ ହୋଇପାରିବ ନାହିଁ। ସୁଶାନ୍ତଙ୍କ ଶରୀରରେ କୌଣସି ସଂଘର୍ଷ ଚିହ୍ନ ନାହିଁ। କାରଣ ଗନ୍‌ ବାଜିବା ପରେ ତାଙ୍କ ଶରୀରର ସମସ୍ତ ଶକ୍ତି ସରିଯାଇଥାଏ। ଅଧିକାଂଶ ଲୋକ ଷ୍ଟନ୍‌ ଗନ୍‌ ରଖନ୍ତି ନାହିଁ, ଏଣୁ ଏହାର ଯାଞ୍ଚ ହେବା ଦରକାର। ଏହି ଉପାୟରେ ଆମେରିକାରେ ମଧ୍ୟ ଏକ ଘଟଣା ଘଟିଥିଲା। ସେତେବେଳେ ଏହାକୁ ସୁଇସାଇଡ୍‌ ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ଫରେନ୍‌ସିକ୍‌ରେ ହତ୍ୟା ବୋଲି ଜଣାପଡ଼ିଥିଲା’।

raju

ଡାକ୍ତରଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଏହା ଖୁବ୍‌ ଭାଇରାଲ ହୋଇଛି। ଏନେଇ ଏବେ ଲୋକମାନେ ଟ୍ଵିଟରରେ ବି ପୋଷ୍ଟ କରି କେତେକ ପ୍ରଶ୍ନ କରିଛନ୍ତି। ଏହା ଉପରେ ଜଣେ ୟୁଜର ଟ୍ଵିଟ୍‌ କରି ଏଥିରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.