୧୫ ଅଗଷ୍ଟ ଲାଲ୍‌ କିଲ୍ଲାରେ ଖଲିସ୍ତାନ ପତାକା ଉଡ଼ାଇବାକୁ ଷଡଯନ୍ତ୍ର : ଗୁଇନ୍ଦା ବିଭାଗର ଅଲର୍ଟ ପରେ ଦିଲ୍ଲୀରେ ସୂରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ଅବସରରେ ଖଲିସ୍ତାନ ପତାକା ଉଡ଼ାଇବାକୁ ଷଡ଼ଯନ୍ତ୍ର କରାଯାଉଥିବା ନେଇ ଗୁିଇନ୍ଦା ବିଭାଗ ଜଣାଇବା ପରେ ଦିଲ୍ଲୀରେ ସୂରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଆମେରିକାରେ ରହୁଥିବା ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂସ୍ଥାର ଗୁରୁବତ୍‌ପନ୍ଥ ସିଂହ ଏହି କାମ କରିବା ପାଇଁ ୧ ଲକ୍ଷ ୧୫ ହଜାର ଡଲାର ଅଫର୍‌ ଦେଇଛନ୍ତି ।

ଭାରତର ଗୁଇନ୍ଦା ବିଭାଗ ଏହି ଖବର ଦେବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଖଲିସ୍ତାନ ଆତଙ୍କୀ ସଂଗଠନର ‘ଶିଖ୍‌ ଫର ଜଷ୍ଟିସ’ ର ସଦସ୍ୟ ଗୁରୁବତପନ୍ଥ ପାକସ୍ତାନ ଆଇଏସ୍‌ଆଇ ସହ ମିଶି ଏହି ଷଡ଼ଯନ୍ତ୍ର କରିଛି । ସେ କହିଛି ଯେ ଯଦି କେହି ଅଗଷ୍ଟ ୧୪, ୧୫ କିମ୍ବା ୧୬ ତାରିଖରେ ଲାଲ୍‌ କିଲ୍ଲାରେ ଖଲିସ୍ତାନ ପତାକା ଉଡାନ୍ତି ।

ତେବେ ତାକୁ ସେ ୧ ଲକ୍ଷ ୧୫ ହଜାର ଡଲାର ଦେବେ । ଗୁରୁବତପନ୍ଥ ଏକ ଭିଡିଓ ଜରିଆରେ ଏହି ଖବର ଦେଇଛନ୍ତି ।
ଏହି ଖବର ଜଣାପଡ଼ିବା ପରେ ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ସେଥିପାଇଁ ଲାଲ୍‌ କିଲ୍ଲା ଅଞ୍ଚଳ ସହ ସମ୍ପୂର୍ଣ୍ଣ ନୂଆ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.