ବ୍ରହ୍ମପୁରର ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି:RMRC ନିର୍ଦ୍ଦେଶିକା

କେନ୍ୟୁଜ୍(ବ୍ୟୁରୋ):  ବ୍ରହ୍ମପୁରର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି। ୨୮୩୦ ଲୋକଙ୍କ ନମୂନାରୁ ଆରଏମଆରସିକୁ ରିପୋର୍ଟ ମିଳିଛି।  ୩୧%ଲୋକଙ୍କଠାରେ ଆଣ୍ଟିବଡି ଟେଷ୍ଟ ରେଜଲ୍ଟରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ମଧ୍ୟରେ  ୪୦% ବସ୍ତି ବାସିନ୍ଦାଙ୍କ ଶରୀରରେ ଆଣ୍ଟିବଡି  ମିଳିଥିଲା । ବ୍ରହ୍ମପୁରର ସହରର ସେରୋଲୋଜିକାଲ ସର୍ଭେ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଙ୍ଘମିତ୍ରା ପତି।।

ସେହିପରି ସେ ସୂଚନା ଦେଇଛନ୍ତି  ଯେ ବ୍ରହ୍ମପୁରରେ ଶେଷ ହୋଇଛି ସେରୋଲୋଜିକାଲ ସର୍ଭେ। ଏବେ ବଡମ୍ବା ନରସିଂହପୁରରେ  ସେରୋଲୋଜିକାଲ ସର୍ଭେ ଚାଲୁ ରହିଛି। ଏହାପରେ  କଟକ,ଜଗପତି ଓ  ରାଉରକେଲାରେ ହେବ ସେରୋଲୋଜିକାଲ  ସର୍ଭେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.